ତେଜିଲା ବାଇ-ଲ ପ୍ରତିବାଦ ର ସ୍ୱର ; ଲିଙ୍ଗରାଜ ମନ୍ଦିର ଆଗରେ ସମୂହ ଦୀପଦାନ କରି ପ୍ରତିବାଦ କଲେ ରାଜଧାନୀବାସୀ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଏକାମ୍ର କ୍ଷେତ୍ରରେ ତେଜିଲା ପ୍ରତିବାଦର ସ୍ୱର । ଏକାଠି ହେଲେ ଏକାମ୍ର ବାସିନ୍ଦା ଓ ସେବାୟତ । ଶ୍ରୀଲିଙ୍ଗରାଜ ମନ୍ଦିର ଆଗରେ ସମୂହ ଦୀପଦାନ । ଜଣାଇଲେ ପ୍ରତିବାଦ । ଏକାଥରକେ ଜଳିଲା ଶହ ଶହ ଦୀପ । ଏକାମ୍ରକ୍ଷେତ୍ର ପାଇଁ NMAର ଡ୍ରାଫ୍ଟ ବାଇ ଲ ତୁରନ୍ତ ପ୍ରତ୍ୟାହାର ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ସେମାନେ ଚେତାଇ ଦେଇଛନ୍ତି । ପ୍ରସ୍ତାବିତ ବାଇ-ଲକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍‌ବେଗ। ଏକାମ୍ରକ୍ଷେତ୍ରର ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିରରୁ ବାଇ-ଲ’ ତୁରନ୍ତ ପ୍ରତ୍ୟାହାର କରୁ କେନ୍ଦ୍ର ସରକାର। ଏନେଇ ଓଡ଼ିଶାର ସମସ୍ତ ସାଂସଦ କେନ୍ଦ୍ର ସରକାର ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ସହ ଆଲୋଚନା କରିବାକୁ ସେ ଅପିଲ କରିଛନ୍ତି। ସମ୍ବେଦନଶୀଳ ଧାର୍ମିକ ପ୍ରସଙ୍ଗରେ କେନ୍ଦ୍ରୀୟ ସଂସ୍ଥା ରାଜ୍ୟକୁ ବିଶ୍ୱାସକୁ ନିଅନ୍ତୁ ବୋଲି ନବୀନ କହିଛନ୍ତି। ପ୍ରଭୁ ଲିଙ୍ଗରାଜଙ୍କ ଉପରେ ଲକ୍ଷାଧିକ ଓଡ଼ିଆଶ୍ରଦ୍ଧାଳୁଙ୍କ ଆସ୍ଥା, ସେବାୟତଙ୍କ ଜୀବନ ଜୀବିକା ଜଡ଼ିତ। ଏନଏମଏର ବାଇ-ଲ’କୁ ବିରୋଧ କରିଛି କଂଗ୍ରେସ। ଭୁବନେଶ୍ୱର ଯୁବ କଂଗ୍ରେସ ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରି ତୁରନ୍ତ ଅଧିନିୟମ ପ୍ରତ୍ୟାହାର କରିବାକୁ ଦାବି କରିଛି। ନହେଲେ ଆନ୍ଦୋଳନ ତୀବ୍ର କରାଯିବ। ଆଗାମୀ ଶିବରାତ୍ରିରେ କୌଣସି କେନ୍ଦ୍ର ମନ୍ତ୍ରୀଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ଦଳ ଚେତାବନୀ ଦେଇଛି । ଏନଏମଏର ବାଇ-ଲ’କୁ ବିରୋଧ କରିଛି କଂଗ୍ରେସ। ଭୁବନେଶ୍ୱର ଯୁବ କଂଗ୍ରେସ ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରି ତୁରନ୍ତ ଅଧିନିୟମ ପ୍ରତ୍ୟାହାର କରିବାକୁ ଦାବି କରିଛି। ନହେଲେ ଆନ୍ଦୋଳନ ତୀବ୍ର କରାଯିବ। ଆଗାମୀ ଶିବରାତ୍ରିରେ କୌଣସି କେନ୍ଦ୍ର ମନ୍ତ୍ରୀଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି ଦଳ ଚେତାବନୀ ଦେଇଛି । ଏନଏମଏର ଶ୍ରୀମନ୍ଦିର ବିବାଦୀୟ ଡ୍ରାଫ୍ଟ ବାଇ ଲ’କୁ ନେଇ ରାଜ୍ୟରେ ହୋଇଥିଲା ଅସନ୍ତୋଷ। କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ପୃଥକ ପୃଥକ ଭେଟି ପ୍ରତ୍ୟାହାର ଦାବି କରିଥିଲେ ବିଜେପି ଓ ବିଜେଡି ସାଂସଦଙ୍କ ଟିମ୍‌ । ଏହାପରେ ଶ୍ରୀମନ୍ଦିର ପାଇଁ ବାଇ ଲ’ ପ୍ରତ୍ୟାହାର ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ୍‌ । କିନ୍ତୁ ଏକାମ୍ରକ୍ଷେତ୍ରକୁ ଏଥିରୁ ହଟାଯାଇନଥିବାରୁ ବିଭିନ୍ନ ମହଲରେ ବିରୋଧ ଜାରି ରହିଛି।

Leave a Reply

Your email address will not be published. Required fields are marked *