ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) –ପୁଣି ପ୍ରେମରେ ପଡ଼ିଲେ ବଲିଉଡର ଭାଇଜାନ ସଲମାନ ଖାନ। କ୍ୟାଟ୍ରିନା ଏବଂ ୟୁଲିଆଙ୍କ ପରେ ଏଥର ସେ ଅଭିନେତ୍ରୀ ସନ୍ନି ଲିଓନଙ୍କ ପ୍ରେମରେ ପଡିଛନ୍ତି । ସନ୍ନିଙ୍କ ସୁନ୍ଦରତା ଦେଖି ପାଳଗ ହୋଇଯାଇଛନ୍ତି ଦବଙ୍ଗ ଖାନ । ଏପରିକି ସର୍ବସମ୍ମୁଖରେ ତାଙ୍କୁ ପ୍ରପୋଜ ମଧ୍ୟ କରି ଦେଇଛନ୍ତି। ନିକଟରେ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗବସ୍-୧୪’ର ୱିକେଣ୍ଡ କା ୱାରରେ ପହଞ୍ଚିଥିଲେ ଅଭିନେତ୍ରୀ ସନ୍ନି ଲିଓନ।  ଏହି ସମୟରେ ସଲମାନ, ସନ୍ନିଙ୍କୁ ଦେଖି ବେଶ ଖୁସି ହୋଇଯାଇଥିଲେ। ଏଥିସହ ତାଙ୍କ ସହ ବେଶ ମଜା କରିଥିଲେ ଏବଂ ସେଠାରେ ସନ୍ନିଙ୍କୁ ପ୍ରପୋଜ କରିଥିଲେ ସଲମାନ।ସଲମାନଙ୍କୁ ଭେଟିବା ପରେ ସନ୍ନି  ଆପଣଙ୍କ କ’ଣ ହୋଇଛି ବୋଲି ପଚାରିଥିଲେ । ଏହାର ଉତ୍ତରରେ ସଲମାନ କହିଥିଲେ, ମୋତେ ଜ୍ୱର ହୋଇଛି, ମୁଁ ତୁମ ପ୍ରେମରେ ପଡିଛି । ଏହାକୁ ଲଭେରିଆ କୁହାଯାଏ। ସଲମାନଙ୍କ ଏଭଳି  ପ୍ରେମ ନିବେଦନକୁ ଦେଖି ସନ୍ନି ଖୁସିରେ ପାଗଳ ହୋଇଯାଇଥିଲେ । ପରେ ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରିଥିଲେ । ଶୋ’ର ପବ୍ଲିକ ଟିଆରପି ପାଇଁ ଏସବୁ କିଛି ଡ୍ରାମା କରିଥିଲେ ଭାଇଜାନ।ସୂଚନା ଯୋଗ୍ୟ ଯେ, ବିଗବସ-୫ର ପ୍ରତିଯୋଗୀ ରହିସାରିଥିବା ସନ୍ନି ଲିଓନୀଙ୍କୁ ଏହି ରିଆଲିଟି ଶୋ’ ପରେ ହିଁ ବଲିଉଡରେ ଏଣ୍ଟ୍ରି ମିଳିଥିଲା । ‘jism-2’ ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ ତାଙ୍କୁ ଗୋଟିକ ପରେ ଗୋଟିଏ ଫିଲ୍ମର ଅଫର ହୋଇଥିଲା । ଅନେକ ଫିଲ୍ମର ଆଇଟମ ସଙ୍ଗରେ ମଧ୍ୟ ସନ୍ନିଙ୍କୁ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here