ମୋବାଇଲ୍ ଟାଓ୍ୱାର ସେବା ପ୍ରଭାବିତ ନକରିବାକୁ ଚାଷୀଙ୍କୁ ଆହ୍ୱାନ କଲେ ଅମରିନ୍ଦର।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ)- କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରତ ଚାଷୀ ଏବେ ମୋବାଇଲ୍ ଟାଓ୍ୱାରକୁ ବିଦ୍ୟୁତ୍ ସେବା ବନ୍ଦ କରିଦେଉଥିବା ସୂଚନା ରହିଛି। ଏଭଳି ପଦକ୍ଷେପକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି କରି ଆଇନକୁ ହାତକୁ ନନେବା ପାଇଁ ଆନ୍ଦୋଳନରତ ଚାଷୀଙ୍କୁ ସେ କହିଛନ୍ତି। ଏଭଳି ହେଲେ ଜନସାଧାରଣ ନାନା ଅସୁବିଧାରେ ପଡ଼ିବା ସହିତ ଛାତ୍ରଛାତ୍ରୀ ଅନ୍ ଲାଇନରେ ପାଠ ପଢ଼ିବା ବ୍ୟାହାତ ହେବ। ଏମିତିକି ରାଜ୍ୟର କୃଷି କ୍ଷେତ୍ର ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥିବା ବୋଲି ସେ କହିଛନ୍ତି। କରୋନା ମହାମାରୀ ବେଳେ ଟେଲିକମ ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଟାଓ୍ୱାର ବନ୍ଦ ପଞ୍ଜାବର ସ୍ୱାର୍ଥରେ ନୁହେଁ। ତେଣୁ ଆନ୍ଦୋଳନରତ ଚାଷୀକୁ ଶାନ୍ତ ରହିବାକୁ ଅମରିନ୍ଦର କହିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ହଜାର ହଜାର ଚାଷୀ ଆନ୍ଦୋଳନରେ ବସିଛନ୍ତି। ଚାଷୀ ଆନ୍ଦୋଳନକୁ ନେଇ ଗୋଟିଏ ପଟେ ଚାଷୀ ସଂଗଠନ ଓ ସରକାରଙ୍କ ସହ ଆଲୋଚନା ପ୍ରକ୍ରିୟା ଚାଲିଛି। ଅନ୍ୟପଟେ ଶାସକ ଦଳ ବିଜେପି ଏବଂ ବିରୋଧୀ ମଧ୍ୟରେ ରାଜନୀତିକ ବାକ୍ ଯୁଦ୍ଧ ଚାଲିଛି।

Leave a Reply

Your email address will not be published. Required fields are marked *