କାହା ସହଯୋଗ ରେ ଚାଲିଛି ବାଲି ଚୋରା ଚାଲାଣ ; ବାଲି ମାଫିଆ ମାଲାମାଲ ସରକାର ଙ୍କ ରାଜସ୍ୱ ଦିବାଲା …!

ଏଥର ସମ୍ଭାଳ ବ୍ୟୁରୋ – ବଂଶଧାରା ନଦୀ ବାଲି ପଠା ନିଲାମ ସରି ମାସାଧିକ କାଳ ହୋଇ ଗଲାଣି । ଏଯାଏଁ ପରିବେଶ ମଞ୍ଜୁରୀ ମିଳି ପାରୁନି । ଯାହା ଫଳ ରେ କି ଏଠାରୁ ମୁଠାଏ ବାଲି ଉଠି ପାରୁନି ଏଭଳି ପରିସ୍ଥିତି ରେ ଲୋକେ ମୁଠାଏ ବାଲି ପାଇବା କୁ ହନ୍ତସନ୍ତ ହେଉଥିବା ବେଳେ କାମ ନପାଇ ଶ୍ରମିକ ଙ୍କ ଚୁଲି ଯଳୁନଥିବା ପ୍ରକାଶିତ ଖବର ସାଧାରଣ ରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି ଯଦି ବଂଶଧାରା ନଦୀ ବାଲି ପଠା ରୁ ବାଲି ଉଠିବାକୁ ଅନୁମତି ନାହିଁ ତେବେ ବର୍ତ୍ତମାନ ଆଜିକା ପରିସ୍ଥିତି ରେ କିଭଳି ବଂଶଧାରା ନଦୀ ବ୍ରିଜ୍ ତଳୁ ଏବଂ ଗୁଣପୁର ଉପଖଣ୍ଡ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ର ଧାନ ମିଲ ପାର୍ଶ୍ୱ ଦେଇ ଯାଇଥିବା ରାସ୍ତା ରେ ରହିଥିବା ଏକ ରିୟେଲ୍ ଇଷ୍ଟେଟ ପକ୍ଷରୁ କରାଯାଉଥିବା ପ୍ଲଟିଂ ସ୍ଥଳ ର ପଛ ଭାଗ ରେ ଥିବା ନଦୀ ବାଲି ପଠା ରୁ କିଭଳି ବାଲି ଉଠା ଯାଉଛି ଏବଂ ରିୟେଲ୍ ଇଷ୍ଟେଟ ସ୍ଥଳ ରେ , ସହର ର ଅନେକ ଯାଗା ରେ କିଭଳି କୁଢ଼ କୁଢ଼ ଟ୍ରାକ୍ଟର ବାଲି ପଡ଼ି ରହିଛି ବୋଲି ପ୍ରଶ୍ନ ଉଠିବା ସହ ଲୋକଲୋଚନ ରୁ ଦୂରେଇ ରହି ସମୟ ସୁବିଧା ଦେଖି ବାଲି ଉଠାଅ କହି ସ୍ଥାନୀୟ ତହସିଲଦାର ବାଲି ମାଫିଆ ଙ୍କୁ ଅଭୟ ପ୍ରଦାନ କରୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ଏକ ଉଚ୍ଚ ସ୍ଥରିୟ ତଦନ୍ତ କରିବା ନେଇ 5T ସଚିବ ଙ୍କ ପକ୍ଷରୁ ନିର୍ଦ୍ଧେଶ ନାମା ଜାରି କରାଗଲେ ବଂଶଧାରା ନଦୀ ବାଲି ପଠା ର କେଉଁ ସ୍ଥାନ ରୁ କେତେ ପରିମାଣ ର ବାଲି ସନ୍ଧ୍ୟା ସମୟରୁ ବିଳମ୍ବିତ ରାତ୍ରି ଓ ଭୋର ୩ ଟାରୁ ସକାଳ ୬ ଟା ମଧ୍ୟରେ  ଉଠାଇ ମାଫିଆ ଙ୍କ ସହ ସମ୍ପୃକ୍ତ ଅଧିକାରୀ ମାନେ ମାଲା ମାଲ ହେଉଛନ୍ତି ଏବଂ ଓଡିଶା ସରକାର ଏହି ବାବଦ ରେ କେତେ ଟଙ୍କା ରାଜସ୍ୱ ହାନି କରିଛନ୍ତି ଏହା ଜଣାଯିବ । ତଦନ୍ତ ନିମନ୍ତେ ସାଧାରଣ ରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *