!!! ଗଜପତି ଜିଲ୍ଲାରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବୋଷ ଡେନ୍ସ ଷ୍ଟୁଡ଼ିଓ ଠାରେ ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ୍ , ଗଜପତି ଜିଲ୍ଲା ୟୁନିଟ ତରଫରୁ ବିଶ୍ବ ମାନବ ଅଧିକାର ଦିବସ ନିଡାମ୍ବର ଭାବରେ ପାଳିତ ହୋଇଯାଇଛି। ଉକ୍ତ ସଭାରେ ମଞ୍ଜୁଳା ଚୌଧୁରୀଙ୍କ ସଭାପତିତ୍ୱରେ ଶିଶୁ , ପରିବାର ଓ ମହିଳା ବିଭାଗ , ରାଜ୍ୟ ସଭାପତି ଆଲୋକ କୁମାର ବୋଷ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଲିଗାଲ ଆଡଭାଇଜର ଆନ୍ତର୍ଜାତୀୟ ମାନବ ଅଧିକାର କାଉସିଲ (ଓଡିଶା) ଶାଶଙ୍କ ଶେଖର ସାବତ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ଅତିଥି ଭାବେ ଜିଲ୍ଲା ଚାଇଲ୍ଡଲାଇନ୍ ର ସଂଯୋଜକ ନାଗେଶ୍ୱର ଚୌଧୁରୀ ଓ ଆନ୍ତର୍ଜାତୀୟ ମାନବ ଅଧିକାର କାଉନସିଲ୍ ଗଜପତିର ସମ୍ପାଦକ ଲିଲି ସାହୁ ମଞ୍ଚାସୀନ କରି ମାନବ ଅଧିକାର ଓ ସୁରକ୍ଷାର ବିଭିନ୍ନ ବିଷୟ ଗୁଡିକ ସମ୍ପର୍କରେ ଅତିଥିମାନେ ବିସ୍ତୃତ ଆଲୋଚନା କରିଥିଲେ । ଆନ୍ତର୍ଜାତୀୟ ମାନବ ଅଧିକାରକାଉସିଲ ଗଜପତିର ଅନ୍ୟ ସଭ୍ୟ / ସଭ୍ୟା ସୁନିତା ପଣ୍ଡା , ମୋନଜ ଚୌଧୁରୀ , ସୁଧା ଚୌଧୁରୀ , ଗିରୀଷ ପାଢ଼ୀ , ଶୁସଦାଶ ଗୁରୁ , ସିନୁ ମିସାଲ , ପ୍ରବୀଣ କୁମାର ଲିମା ପ୍ରମୁଖ ଉପସ୍ଥିତ ଥିଲେ।