କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଟଗଡ଼ ବ୍ଲକ ରୁ ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ।

!!! କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ଜଳନ୍ଧର ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କନ୍ଧମାଳ) – କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ତତ୍ତ୍ଵାବଧାନରେ କୋଟଗଡ଼ ବ୍ଲକ ର ବୁଢ଼ା ବାଲି ଗ୍ରାମ ପଞ୍ଚାୟତ ଠାରେ ପ୍ରଥମ ପର୍ଯ୍ୟାୟ କୀଟ ନାଶକ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏତଦ୍ଵାରା ବିଗତ ଦିନରେ ଦେଖା ଦେଇଥିବା ବହୁଳ ମାତ୍ରାର ମେଲେରିଆ ସଂକ୍ରମଣ ରୋକାଯାଇ ପାରିବ ବୋଲି ଆଶା ପ୍ରକାଶ କରାଯାଇଛି। ପର୍ଯ୍ୟାୟ କ୍ରମେ ଜିଲ୍ଲାର ସମସ୍ତ୍ ଅଞ୍ଚଳର ପରିବାର ବର୍ଗ ଏହି ମଶାରୀ ପାଇବେ ବୋଲି କୁହାଯାଇଛି। ଏହିଭଳି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର କୋଟଗଡ଼ ଓ ତୁମୁଡ଼ିବନ୍ଧ ବ୍ଲକ ସଦରରେ ମଶାରୀ ବଣ୍ଟନ ର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଟଗଡ଼ ବିଡିଓ ମୋନଜ ଶାବତ, ପୂର୍ବତନ ବିଧାୟକ ରାଜୀବ ପାତ୍ର, ମେଡିକାଲ୍ ଅଫିସର ଯୋଗ ଦେଇଥିଲେ। ଡ଼. ପ୍ରଭାକର ସାହୁ କାର୍ଯ୍ୟକ୍ରମ ରେ ଯୋଗ ଦେଇ ମଶାରୀ ବଣ୍ଟନ ର ଉପଯୋଗିତା ବିଷୟରେ ଓ କୁମୁଦ ଚନ୍ଦ୍ର ସାହୁ ମେଲେରିଆ ନିରାକରଣ ସମ୍ୱନ୍ଧୀୟ ତଥ୍ଯ ମଶାରୀ ବ୍ୟବହାର ର ଉପଯୋଗୀତା ବିଷୟରେ ଆଞ୍ଚଳିକ କୁଇ ଭାଷାରେ ବୁଝାଇ ଥିଲେ।

Leave a Reply

Your email address will not be published. Required fields are marked *