ଆନ୍ଧ୍ରକୁ ବେଆଇନ ବାଲି ଚାଲାଣ ବନ୍ଦ କରିବା ନେଇ “ଗୁଣପୁର କଳିଙ୍ଗ ସାମ୍ବାଦିକ ସଂଘ” ପକ୍ଷରୁ ସ୍ମାରକ ପତ୍ର।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ମାଛଖୁଣ୍ଟି ଓ ଭାମିନି ବାଲି ପଠାରୁ ଆନ୍ଧ୍ରକୁ ରାତିରେ ୧୦ରୁ ଉର୍ଦ୍ଧ୍ବ ଚକା ବିଶିଷ୍ଟ ଟ୍ରକ ଗୁଡିକରେ ବେଆଇନ ଭାବେ ବାଲି ଚାଲାଣ କୁ ବନ୍ଦ କରିବା ,ବେଆଇନ ଭାବେ ରାସ୍ତାକଡରେ କୁତ୍ରିମ ବାଲି ପଠା ନିର୍ମାଣ ବନ୍ଦ କରିବା କୁ ବିରୋଧକରି ସ୍ଥାନୀୟ “କଳିଙ୍ଗ ସାମ୍ବାଦିକ ସଂଘ” ପକ୍ଷରୁ ମାନ୍ୟବର ରାଜସ୍ୱ ଏବଂ ବିପର୍ଯ୍ୟୟ ବିଭାଗ ସଚିବ ଙ୍କୁ ଗୁଣପୁର ଉପ ଜିଲ୍ଲାପାଳ ଙ୍କ ଜରିଆରେ ଆଜି ଏକ ଅଭିଯୋଗ ପତ୍ର ଦିଆଯାଇଛି। ମାଛଖୁଣ୍ଟି ବାଲି ପଠାରୁ ବାଲି ଚାଲାଣ କରିବା ପୂର୍ବରୁ ବାଲି ମାଫିଆ ମାନେ ରାମନାଗୁଡା ତହସିଲ ଅଧିନସ୍ତ ଭାମିନି ବାଲି ପଠାରୁ ରାତାରାତି ସମ୍ପୃକ୍ତ ତହସିଲ କର୍ମଚାରୀଙ୍କ ସହଯୋଗରେ ମାଳ ମାଳ ଟ୍ରକ ରେ ଆନ୍ଧ୍ର କୁ ଚାଲାଣ କରାଯାଉଥିଲା। ଏହାକୁ ସ୍ଥାନୀୟ ଳୋକେ ବିରୋଧ କରିବାରୁ ଏହି ପଠାରୁ ବାଲି ଚାଲାଣ ବନ୍ଦ ରହିଛି । ଭାମିନି ପଠା ତତ୍ୱବାଧାନ ରେ ରହିଥିବା ଅତିରିକ୍ତ ତହସିଲଦାର ଙ୍କୁ ଗୁଣପୁର ତହସିଲଦାର ଦାୟିତ୍ବ ଦିଆଯିବା ପରେ ବାଲି ମାଫିଆ ମାନେ ଗୁଣପୁର ତହସିଲ ର ମାଛଖୁଣ୍ଟି ରୁ ଅନ୍ୟାୟାସ ରେ ବାଲି ଉଠାଇଛନ୍ତି । ବାଲି ପଠାରୁ ବାଲି ବୋହିଆଣି ରାସ୍ତା କଡରେ କୃତ୍ରିମ ବାଲି ପଠା ଗୁଡିକ ତିଆରି କରି ଏଠାରୁ ଟ୍ରକ ଦ୍ୱାରା ବୋହି ଚାଲାଣ କରାଯାଉଛି । ଏନେଇ ସ୍ଥାନୀୟ ବାସୀ ବିରୋଧ କରିବା ଏବଂ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ରୁ ଏହି କୃତ୍ରିମ ବାଲି ପଠାରୁ ସବୁ ଟ୍ରକ ବାଲି ଉଠାଇ ଆନ୍ଧ୍ରକୁ ଚାଲାଣ କରାଯାଇଛି । ତତ୍କାଳୀନ ଉପଜିଲ୍ଲାପାଳ ବେଆଇନ ବାଲି ଚାଲାଣ ଉପରେ କଟକଣା କରିଥିବାରୁ ଏବଂ ବାଲି ଲୋଡିଙ୍ଗ ସମୟରେ ଘଟଣା ସ୍ଥଳକୁ ଯାଇ ଜବତ କରିବା ଫଳରେ ବେଆଇନ ବାଲି ଚାଲାଣ ବନ୍ଦ ହୋଇଥିଲା ଏହାଙ୍କ ବଦଳୀ ପରେ ଏନେଇ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାନଯିବା ରୁ ମାଫିଆମାନେ ସକ୍ରିୟ ହୋଇଛନ୍ତି ବୋଲି ସାଧାରଣ ରେ ମତପ୍ରକାଶ ପାଇଛି । ଏନେଇ ଖବର ପାଇବା ପରେ ସ୍ଥାନୀୟ ତହସିଲ କତୃପକ୍ଷ ମାଛଖୁଣ୍ଟି ବାଲି ପଠା କୁ ଯାଇ ଅନୁଧ୍ୟାନ କରି ଏହି କୃତ୍ରିମ ପଠା ରୁ ବାଲି ଚାଲାଣ କରିବା ବନ୍ଦ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିବା ଗଣ ମାଧ୍ୟମକୁ ସୂଚନା ଦେଇଥିବା ବେଳେ କିଭଳି ମାଛଖୁଣ୍ଟି କୂତ୍ରିମ ବାଲିପଠା ରୁ ରାତାରାତି ବାଲି ଉଭାନ ହୋଇଗଲା ଏବଂ ଏହା କାହାର ସହଯୋଗ ରେ ଏଭଳି ଘଟିଛି ? ସ୍ଥାନୀୟ ରାଜସ୍ଵ ନିରୀକ୍ଷକ ସୁଶ୍ରୀ ସସ୍ମିତା ସେଠୀ ତାଙ୍କ ପାଇଁ ସରକାର ଙ୍କ ଲକ୍ଷ୍ୟାଧିକ ଟଙ୍କା ବ୍ୟୟ ରେ ନିର୍ମିତ କୋଠା ଘରେ ନରହି ଗୁଣପୁର ଠାରେ ରହୁଥିବାରୁ ଏବଂ କ୍ଷେତ୍ର ପରିଦର୍ଶନ କରୁନଥିବାରୁ ମାଫିଆମାନେ ସକ୍ରିୟ ହେଉଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି। ମାନ୍ୟବର ଉପଜିଲ୍ଲାପାଳ ବର୍ତ୍ତମାନ କାହା ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

