!!! ଢେଙ୍କାନାଳ ରୁ ଜିଲ୍ଲା ପ୍ରତିନିଧି ଦେବାଶିଷ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ଢେଙ୍କାନାଳ) – ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କୋଟପାଳ ଗ୍ରାମରେ ପ୍ରାୟ ୬୦ରୁ ଉର୍ଦ୍ଧ ବିଦ୍ୟୁତ ଉପଭୋକ୍ତା ରହିଛନ୍ତି । ହେଲେ ଏବେ ବିନା କାରଣର ଗ୍ରାମରେ ଘଣ୍ଟା ଘଣ୍ଟାଧରି ଲାଇନ କାଟିଦିଆଯାଉଛି । ବର୍ଷା ଦିନ ହୋଇଥିବାରୁ ଗ୍ରାମଟି ଉଭୟ ପାଖରୁ ଦୁଇଟି ନଦୀ ଓ ନାଳ ମଧ୍ୟରେ ରହିଥିବାରୁ ପ୍ରାୟତଃ ଗ୍ରାମବାସୀମାନେ ଜଳବନ୍ଦି ଭାବରେ ଜୀବନ କରୁଥିବାବେଳେ ବିନା କାରଣରେ ଲାଇନ କାଟିବା ଯୋଗୁଁ ଲୋକମାନଙ୍କର ମୁଣ୍ଡବଥାର କାରଣ ପାଲଟିଛି।ଲାଇନମ୍ୟାନକୁ କିମ୍ଵା ଜେଇଙ୍କୁ ଫୋନ କଲେ ସେମାନେ ଶୁଣୁ ନାହିଁନ୍ତି । ଚାଷ ପାଇଁ ଗାଁରେ ଦୁଇ ୨ଟି ଏଲାଇପଏଣ୍ଟ ରହିଛି ହେଲେ ଲାଇନ ନରହୁ ଥିବା ଯୋଗଁ ତାହା କେଉଁ କାମରେ ଆସୁନାହିଁ । ଆଜି ଗ୍ରାମରୁ ସମସ୍ତ ବିଦ୍ୟୁତ ଉପଭୋକ୍ତାମାନେ ଇଲେକ୍ଟ୍ରି ଅଫିସ ଆସି ଗୁହାରି ଜଣାଇଛନ୍ତି । ଯଦି ଖୁବ୍ ଶିଘ୍ର ଏହାର ସ୍ଥାୟୀ ପ୍ରତିକାର କରାନଯାଏ ତେବେ ଆଗାମୀ ଦିନରେ ଏହାକୁ ନେଇ ବଡ଼ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି।