ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ ର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର କୋଭିଡ-୧୯ ନିୟମକୁ ଉଲଂଘନ…!

!!! ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରୁ ରମେଶ ଚନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଜଗାଙ୍ଗପୁର) – ରାଜଗାଙ୍ଗପୁର ସ୍ଥିତ ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ ର ଲାଇନ-୩ ଠିକା କାମ କରୁଥିବା ଆହଲୁଓ୍ବାଲିଆ ଠିକା ସଂସ୍ଥା କମ୍ପାନୀ ର ଇନଚାର୍ଜ ଜିତେନ୍ଦ୍ର ଯାଦବ ଏବଂ ସୁନିଲ ଯାଦବ ଗତକାଲି ବିହାର ରାଜ୍ୟର ଗୋପାଳଗଞ୍ଜ ଜିଲ୍ଲାରୁ ୧୬ ଜଣ ଶ୍ରମିକ ଏବଂ ଆଜି ସକାଳେ ସିଓ୍ବାନ ଜିଲ୍ଲା ରୁ ଦୁଇଟି ବୋଲେରୋ ଗାଡ଼ି ଯୋଗେ ୧୬ ଜଣ ଶ୍ରମିକଙ୍କୁ ଆଣି କାରଖାନା ପରିସର ଭିତରେ ରଖିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଗତମାସ ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ମାଲିଡିହି ପଞ୍ଚାୟତ ର ୬ ଜଣ କୋରନା ପୋଜିଟିଭ ଖବର ପ୍ରକାଶ ପାଇବା ପରେ ଡାଲମିଆ ଭାରତ ସିମେଣ୍ଟ କମ୍ପାନୀ ର କତ୍ତୃପକ୍ଷ ସ୍ଥାନୀୟ ବଗିଚାପଡ଼ା ଠାରୁ ଆରମ୍ଭ କରି ମାଲିଡ଼ିହି ପଞ୍ଚାୟତ ର ଆଖପାଖ ଅଞ୍ଚଳର ଶ୍ରମିକ ଏବଂ କର୍ମଚାରୀ ମାନଙ୍କୁ କାରଖାନା ଭିତରକୁ ପ୍ରବେଶ ନକରିବା ପାଇଁ ବାରଣ କରିବା ସହ ବିଜ୍ଞାପନ ଜାରି କରିଥିଲେ।ବର୍ତ୍ତମାନ କୋରନା ମହାମାରୀ ରାଜ୍ୟ ତଥା ସୁନ୍ଦରଗଡ଼ଜିଲ୍ଲାକୁ କବଳିତ କରିଥିବା ବେଳେ ଆଜି ରାଜଗାଙ୍ଗପୁର ବ୍ଲକ ର ୪ ଟି ପଞ୍ଚାୟତ କୁ ପ୍ରଶାସନ ଦ୍ୱାରା ସଟଡାଉନ ଘୋଷଣା କରାଯାଇଛି।ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ଦୁଇଦିନ ଭିତରେ ବିହାର ରାଜ୍ୟର ଗୋପାଳଗଞ୍ଜ ଏବଂ ସିଓ୍ବାନ ଜିଲ୍ଲାର ପ୍ରାୟ ୩୨ ଜଣ ଶ୍ରମିକଙ୍କୁ ଠିକାସଂସ୍ଥା ର ଅଧିକାରୀ ଶ୍ରମିକ ମାନଙ୍କର କୋଭିଡ ଟେଷ୍ଟ ନକରି ସେମାନଙ୍କୁ ଆଣି କମ୍ପାନୀ ପରିସରରେ ରଖିଥିବା ସୂଚନା ମିଳିଛି।ଆଜି ଦୁଇଟି ବୋଲେରୋ ଗାଡ଼ି ଯୋଗେ ୧୬ ଜଣ ଶ୍ରମିକ ଲିପଲୋଇ ସ୍ଥିତ କମ୍ପାନୀ ଫାଟକରେ ଆସି ପହଞ୍ଚିଥିଲେ ଏହାକୁ ଦେଖି ସ୍ଥାନୀୟ ଅଞ୍ଚଳର ଲୋକମାନେ ଗାଡ଼ିକୁ ଅଟକାଇବା ସହ ଶ୍ରମିକ ମାନଙ୍କୁ କମ୍ପାନୀ ଭିତରକୁ ଯିବାପାଇଁ ବାରଣ କରିଥିଲେ ଏବଂ ସ୍ଥାନୀୟ ପ୍ରଶାସନ ଏବଂ କମ୍ପାନୀ କତ୍ତୃପକ୍ଷ କୁ ସୂଚନା ଦେଇଥିଲେ ସୁଦ୍ଧା ଏହି ବିଷୟକୁ କେହି କର୍ଣ୍ଣପାତ କରିନଥିଲେ। ଠିକାସଂସ୍ଥା ର ଇନଚାର୍ଜ ସୁନୀଲ ଯାଦବ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ସୁଦ୍ଧା ସୁନୀଲ ଯାଦବ ଖାତିର ନକରି ନିଜର ଫୋନ ବନ୍ଦ କରିଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ଶ୍ରମିକ ମାନଙ୍କୁ ନେଇ କାରଖାନାଅ ପରିସରରେ ରଖିଛନ୍ତି। ବହାର ରାଜ୍ୟର ଶ୍ରମିକ ମାନଙ୍କର ପ୍ରବେଶ ପାଇଁ କାରଖାନା କତ୍ତୃପକ୍ଷ ଅନୁମତି ଦେଉଥିବାରୁ ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ ର ଦୋମୁହାଁ ନୀତିକୁ ସ୍ପଷ୍ଟ କରୁଥିବା ଜଣାପଡ଼ିଛି ଏବଂ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର କୋଭିଡ-୧୯ ନିୟମକୁ ଉଲଂଘନ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି।ଏହାକୁ ନେଇ ସ୍ଥାନୀୟ ଜନସାଧାରଣ ଏବଂ କାରଖାନା ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଭିତରେ କକୁଆଭୟ ସୃଷ୍ଟି କରିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ସ୍ଥାନୀୟ ଅଞ୍ଚଳ ବାହାରର ଶ୍ରମିକ ମାନଙ୍କ ର ଏହିଭଳି ଅବାଧ ପ୍ରଵେଶ ଉପରେ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ପ୍ରଶାସନକୁ କଡ଼ା ଦୃଷ୍ଟି ରଖିବାପାଇଁ ଜନସାଧାରଣ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *