!!! କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (କେନ୍ଦୁଝର) – ଅନ୍ୟାୟ ଭାବରେ ଛଟେଇ ହୋଇଥିବା ଶ୍ରମିକଙ୍କ ପୂନଃନିଯୁକ୍ତି ଦାବିରେ MSP ପ୍ଲାଣ୍ଟ ସାମ୍ନାରେ ଧାରଣା ଦେଲେ ଶ୍ରମିକମାନେ ! କମ୍ପାନୀ କର୍ତ୍ତୁପକ୍ଷ ଓ ଠିକାଦାର ମନମାନି ବିରୁଦ୍ଧରେ ତାତିଲେ ଶ୍ରମିକ । କେନ୍ଦୁଝର ସଦର ଥାନା ଅନ୍ତର୍ଗତ ହଳଦୀ ଗୁଣା ଠାରେ ଥିବା ଏମ.ଏସ.ପି. ପ୍ଲାଣ୍ଟ ରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ଆଜି ୭ ଦଫା ଦାବିନେଇ ପ୍ଲାଣ୍ଟ ଗେଟ ବନ୍ଦକରିଛନ୍ତି ଏବଂ ତାଙ୍କ ଦାବି ମଧ୍ଯରେ ଅନ୍ୟାୟ ଭାବରେ ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଏବଂ ତାଙ୍କର ବକେୟା ଧରମା ରାଶି ପ୍ରଦାନ ,ପ୍ରତ୍ୟେକ ମାସରେ ପେ ସ୍କିପ ପ୍ରଦାନ ଯଥା ସମୟରେ ଦରମା ପ୍ରଦାନ ଓ ୧୨ ଘଣ୍ଟା ବଦଳରେ ୮ ଘଣ୍ଟା ର କାର୍ଯ୍ୟ ଏବଂ ସର୍ବନିମ୍ନ ମଜୁରୀ ସହ ସେଫଟି ଉପକରଣ ପ୍ରଦାନ , ଓ ଲକଡାଉ ସମୟର ଦରମା ପ୍ରଦାନ ଅନ୍ତର୍ଭୁକ୍ତ । ଆଗରୁ ଶ୍ରମିକମାନେ ଅନେକବାର ଦାବି କରି ଆସୁଥିଲେ ମଧ୍ୟ କମ୍ପାନୀ କର୍ତ୍ତୁପକ୍ଷଙ୍କର ଦାବି ମାନି ନେବାର ମିଥ୍ୟା ପ୍ରତିଶୃତି ଦେଇଥିବାର ଅଭିଯୋଗ କରିଛନ୍ତି ଶ୍ରମିକମାନେ । ସେମାନଙ୍କ କହିବା ଅନୁସାରେ କମ୍ପାନୀ ଦ୍ବାରା ପାରିପାର୍ଶୀକ ବିକାଶ ତ ଦୂର ର କଥା ମହିଳା ମାନଙ୍କର ନିମନ୍ତେ କୌଣସି ଶୌଚାଳୟ ର ବ୍ୟବସ୍ଥା ହୋଇନଥିବା ଅଭିଯୋଗ କରିଛନ୍ତି ମହିଳା ଶ୍ରମିକମାନେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଗେଟ ସମ୍ମୁଖ ରେ ଧାରଣାରେ ବସିବେ ବୋଲି କହିଛନ୍ତି ଶ୍ରମିକନେତା !