!!! କନ୍ଧମାଳ ରୁ ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କନ୍ଧମାଳ) – କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଧିକାରୀ ଅଲେଖ ଗରଡ଼ିଆ ଙ୍କ ହିରୋଗିରି ଏବେ ହେଲା ପର୍ଦାଫାସ । ଏ କଥା ଆମେ କହୁନୁ କହୁଛି ତାଙ୍କ ମାଧ୍ୟମରେ ଭାଇରାଲ ହେଇଥିବା ଭିଡ଼ିଓ ଫୁଟେଜ୍ । ସେଇ ଭିଡ଼ିଓ ଫୁଟେଜ୍ କରିଥିବା ବ୍ୟକ୍ତି ଜଣଙ୍କୁ ଏହି ଅଧିକାରୀ ଜଣକ ନାହିଁନ ଥିବା ଧମକ୍ ଦେଇ ତାଙ୍କ ନାମରେ ହିରୋଗିରି ଭିଡ଼ିଓ ବନେଇ ଭାଇରାଲ କରିବାକୁ ବାଧ୍ୟ କରିଥିଲେ । ସେହି ଭିଡ଼ିଓ ଅନ୍ୟ ମୋବାଇଲ ଏବଂ ଫେସବୁକ୍ ରେ ଭାଇରାଲ ମଧ୍ୟ ହେଇସାରିଛି । କିନ୍ତୁ ବଡ଼ ଦୁଃଖର ବିଷୟ ଯେ ଭିଡ଼ିଓ ବନେଇ ଥିବା ଯୁବକ ରାଇକିଆ ଅଞ୍ଚଳର ( ରାଜା ) ବଲି ପରିଚୟ ଦିଅନ୍ତି । ରାଜା କହିବା କଥା ନିଜର ଆତ୍ମ ସୁରକ୍ଷା କରିବାପାଇଁ ଅଧିକାରୀଙ୍କ କଥା କୁ ମାନିବାକୁ ବାଧ୍ୟ ହେଇଥିଲେ । ପ୍ରକୃତ ସତ୍ୟା ସତ୍ୟ ଘଟଣା ଟି ହେଲା ଗତ ତା, ୦୯. ୦୯.୨୦୧୯ ରିଖରେ ରାଇକିଆ ଥାନାରେ ଏକ ନାବାଳିକା ଦୁଷ୍କର୍ମ ଅଭିଯୋଗର କେସ ରେଜେଷ୍ଟି ହେଇଥିଲା । ସେଇ କେସ ଥାନା ଅଧିକାରୀ ଅଲେଖ ଗରଡ଼ିଆ ଏବଂ ଜି ଉଦୟଗିରି S D P O ଜୟକୃଷ୍ଣ ବେହେରା ଚପେଇ ରଖିଥିବାରୁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷକ ଅଧିକାରୀ ଙ୍କ ଦ୍ୱାରସ୍ଥ ହେଇଥିଲେ ନାବାଳିକା ଓ ତାଙ୍କ ବାପା ମାଁ । ତଥାପି ମଧ୍ୟ ସେଇ ନାବାଳିକା ଙ୍କୁ ଦୁଷ୍ମର୍ମ କରି ଫେରାର୍ର ଥିବା ଯୁବକ ଙ୍କୁ ଗିରଫ କରାଜିନାହିଁ । ଏହି ଘଟଣାକୁ ନେଇ ନାବାଳିକା ନେସ୍ନାଲ ହିୟୁମାନରାଇଟ୍ସ କମିଶନର ଙ୍କ ଦ୍ୱାରସ୍ତ ହେଇଥିଲେ । ସେଇ ଅଭିଯୋଗ ଅନୁଯାଇ ଥାନା ଅଧିକାରୀ ଙ୍କ ନାମରେ ଏକ ମାମଲା ରୁଜୁ ହେଇଛି । କେସ ନମ୍ବର୍ ୧୩୯୨/୧୮/୨୬/୨୦୨୦ । ତେଣୁ ସତ୍ୟ କୁ ସାମ୍ନା କରୁଥିବା ସାମ୍ବାଦିକ କୁନା ଦିଗାଲ ଙ୍କ ନିକଟରେ ଅଭିଯୋଗ କଲେ ନାବାଳିକା । ସେଇ ଅଭିଯୋଗ ଅନୁସାରେ ରାଇକିଆ ଥାନା ଅଧିକାରୀ ଙ୍କୁ ଶ୍ରୀ ଦିଗାଲ ପଚାରି ବୁଝିବାରୁ ଅଧିକାରୀ ଜଣକ କୌଣସି ଉତ୍ତର ଦେଇନ ଥିଲେ । ଏକ ସପ୍ତାହ ଅପେକ୍ଷା କଲା ପରେ ମଧ୍ୟ ଅଧିକାରୀ ଜଣକ କୌଣସି ପ୍ରକାରେ ଉତ୍ତର ନ ଦେବାରୁ ପ୍ରମାଣ ସହ ସେଇ ଖବର୍ ପ୍ରସାର କଲେ ଶ୍ରୀ ଦିଗାଲ । ସେଇ ସତ୍ୟା ସତ୍ୟ ଘଟଣା କୁ ଖବର୍ ପ୍ରସାର୍ କରାଯିବା ପରେ ଅଧିକାରୀ ଜଣକ ଏଭଳି ବର୍ବର କାଣ୍ଡ ଘଟେଇ ଥିବା ଅଭିଯୋଗ ହେଇଚି । ଆଜି ପର୍ଯ୍ୟନ୍ତ ସେଇ ନାବାଳିକା ଙ୍କୁ ନ୍ୟାୟ ଦେବା ବଦଳରେ ବହୁମାସ ହେଲା ଅଭିଯୁକ୍ତ ବାଞ୍ଛାନିଧି ପ୍ରଧାନ ଙ୍କୁ ଗିରଫ ନ କରି ଚପେଇ ରଖିଛନ୍ତି ଥାନା ଅଧିକାରୀ । ତେଣୁ ନାବାଳିକା ଙ୍କ ଅଭିଯୋଗ ଅନୁସାରେ ତାହା ଖବର ପ୍ରସାର କରାଗଲା । ଖବର୍ ପ୍ରସାର ହେବାପରେ ରାଇକିଆ ଅଞ୍ଚଳ ର ଜଣେ ଯୁବକ ( ରାଜା ) ସେଇ ସତ୍ୟା ସତ୍ୟ ଘଟଣା ର ପର୍ଦାଫାସ ହେଇଥିବା ଖବର୍ ଟି କୁ ସ୍ୱାଗତ କରି ଅନ୍ୟକୁ ସ୍ୟାର୍ କରିଥିଲେ । କିନ୍ତୁ ରାଇକିଆ ଥାନା ଅଧିକାରୀ ସେଇ କେସ କୁ ଘଣ୍ଟ ଘୋଡ଼େଇ ରଖିଥିବାରୁ ସେଇ ଯୁବକ କୋଭିଡ଼ ୧୯ ଡିୟୁଟି ରେ ଥିଲେ ମଧ୍ୟ ତାଙ୍କୁ ରାଇକିଆ ପୋଲିସ ଥାନାକୁ ଉଠେଇ ଆଣି ତାଙ୍କ ମୁଣ୍ଡରେ ପିସ୍ତଲ ରଖି ଅଧିକାରୀ ଙ୍କ ସପକ୍ଷରେ ଆଉ ଖବର୍ ପ୍ରସାର କରିଥିବା ସାମ୍ବାଦିକ କୁନା ଦିଗାଲ ଙ୍କ ବିରୁଦ୍ଧରେ ଏକ ଭିଡ଼ିଓ କରି ଭାଇରାଲ କରିବାକୁ ବାଧ୍ୟ କରିଥିଲେ । ଥାନାକୁ ନେଇଁ ତାଙ୍କ ଉପରେ ଏଭଳି ଚାପ ପକେଇଥିଲେ ଫଳରେ ଯୁବକଟି ନିଜ ଜୀବନ ଆଉ ତାଙ୍କ ପରିବାର ର ଜୀବନ ରକ୍ଷା ପାଇଁ ସେଭଳି ଭିଡ଼ିଓ କରିବାକୁ ବାଧ୍ୟ ହେଇଥିଲେ ବଲି କହିଛନ୍ତି । ଏମିତି ଚାପ ପକେଇ ଥିଲେ ଯେ ସେଇ ଯୁବକ ଟି ରାଇକିଆ ଥାନା ଅଧିକାରୀ ଅଲେଖ ଗରଡ଼ିଆ ଙ୍କ ସପକ୍ଷ ରେ ବା ଅଧିକାରୀ ଜଣକ ବହୁତ ଭଲ ଆଉ ଭଲ କାମ କରୁଛନ୍ତି ଏବଂ ତାଙ୍କ ନାମରେ ସାମ୍ବାଦିକ କୁନା ଦିଗାଲ ଜୁ ନିଉଜ୍ କରିଛନ୍ତି ତାହା ମିଛ ବଲି ଭିଡ଼ିଓ ବନେଇ ଭାଇରାଲ କରିବାକୁ ବାଧ୍ୟ ହେଇଥିଲେ । କାରଣ ସେଭଳି ଭିଡ଼ିଓ ନ ବନେଇବା ପାଇଁ ମୋର ଆଉ ଉପାୟ ନ ଥିଲା ବଲି କହିଛନ୍ତି ରାଜା । ଏହାର ଯଥେଷ୍ଟ ପ୍ରମାଣ ମଧ୍ୟ ଅଛି । ନିଜର ଏବଂ ମୋ ପରିବାର ର ଜୀବନ ବଞ୍ଚେଇବା ପାଇଁ ଏଭଳି ଭିଡ଼ିଓ ବନେଇଥିବା କହିଛନ୍ତି ଯୁବକ ଜଣକ । ଯାହା ଏବେ ସେଇ ଘଟଣାଟି ପର୍ଦାଫସ ହେଇଛି । ଯୁବକ ଜଣକ ଙ୍କୁ ଭୟଭୀତ କରେଇ ନିଜ ଦୋଷ କୁ ଲୁଚେଇବା ପାଇଁ ନିଜକୁ ନିଜେ ହିରୋଗିରି ଦେଖେଇ ହେଉଥିବା ରାଇକିଆ ଥାନା ଅଧିକାରୀ ଅଲେଖ ଗରଡ଼ିଆ ଙ୍କର ଏଭଳି କରିବା କେତେ ଦୂର ଠିକ୍ ତାର ଉତ୍ତର ସାଧାରଣ ଜନତାଙ୍କ ପାଖରେ । ଅଧିକାରୀ ଜଣକ ସେଇ ଯୁବକ ଙ୍କୁ ଏମିତି ଭୟଭୀତ ଦେଖେଇ ଛନ୍ତି ଫଳରେ ସେ ବର୍ତ୍ତମାନ ନିଜକୁ ଅ ସୁରକ୍ଷିତ ମନେ କରୁଛନ୍ତି । ଯଦି ସେଇ ଯୁବକର କିମ୍ବା ଗଣମାଧ୍ୟମ ପ୍ରତିନିଧି କୁନା ଦିଗାଲ ଙ୍କର କିଛି ବି ଅସୁବିଧା ହୁଏ ସେଥିପାଇଁ ରାଇକିଆ ଥାନା ଅଧିକାରୀ ଅଲେଖ ଗରଡ଼ିଆ ଦାଇରହିବେ ବଲି ଶ୍ରୀ ଦିଗାଲ ମତପ୍ରକାଶ କରିଥିବାବେଳେ ଏଭଳି ଅଧିକାରୀ ଙ୍କ ପ୍ରତି ଉପରିସ୍ତ ଅଧିକାରୀ ମାନେ କି ପଦକ୍ଷେପ ନେବେ ତାହା ଦେଖିବା ଅପେକ୍ଷାରେ ।

LEAVE A REPLY

Please enter your comment!
Please enter your name here