!!! କେନ୍ଦୁଝର ଜିଲ୍ଲା ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ଯୋଡା) – ବର୍ତ୍ତମାନ ସାରା ବିଶ୍ବ ମାରାତ୍ମକ କରୋନା ସଂକ୍ରମଣ ରେ କବଳିତ ! ସାବଧାନ ନ ହେଲେ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ହୋଇ ଜୀବନ ହାରିବା ସୁନିଶ୍ଚିତ । ବର୍ତ୍ତମାନ ପରିସ୍ଥିତି ର ମୁକାବିଲା ପାଇଁ ସରକାର ତଥା ପ୍ରସାଶନ ତରଫରୁ କରାଯାଇଥିବା ଲକ୍ ଡାଉନ୍ ବ୍ୟବସ୍ଥା ରେ ଗରିବ ଜନ ସାଧାରଣ ଙ୍କ ଠାରୁ ଆରମ୍ଭ କରି ପ୍ରାୟ ସମସ୍ତ ବର୍ଗ ର ଲୋକ ମାନେ ଘରୁ ବାହାର କୁ ବାହାରି ପାରୁ ନାହାଁନ୍ତି ! ଏ ପରି ସ୍ଥିତି ରେ ନଇବୁଗା ତାରିଣୀ ଖଣି କମ୍ପାନୀ ଲୋକ ମାନଙ୍କର ସୁରକ୍ଷା ତଥା ସ୍ଥାନୀୟ ଅଞ୍ଚଳରେ ସୁସ୍ଥ ବାତାବରଣ ପ୍ରତିଷ୍ଠା ପାଇଁ କିଛି ଜନ ହିତକର ପଦକ୍ଷେପ ଗ୍ରହଣ କରିଥିବା ର ଦେଖିବାକୁ ମିଳିଛି ! ତନ୍ମଧ୍ୟରୁ ସ୍ଥାନୀୟ ତଥା ପଡସି ଲୋକ ମାନଙ୍କୁ ଦୈନନ୍ଦିନ ମୈଳିକ ଆବଶ୍ୟକତା ଯଥା ଚାଉଳ ରାସନ୍ ସାମଗ୍ରୀ ଯୋଗାଇ ଦେବାପାଇଁ ଏକ ବହୁ ମୂଲ୍ୟ ପଦକ୍ଷେପ ଖଣି କମ୍ପାନୀ ଦ୍ବାରା ନେଇଥିବା ର ଦେଖିବାକୁ ମିଳିଛି ! ସମ୍ପୃକ୍ତ ଖଣି ର କର୍ମଠ ସଦସ୍ୟ ମାନେ ଯୋଡ଼ା ବ୍ଲକ ଅନ୍ତର୍ଗତ ବସନ୍ତ ପୁର ପଞ୍ଚାୟତ ରେ ଥିବା ନଇବୁଗା ତାରିଣୀ ପ୍ରସାଦ ମହାନ୍ତି ଙ୍କ ଖଣି କର୍ତ୍ତୃପକ୍ଷ ମାନେ ଖଣି ର ଚତୃପାର୍ଶ୍ବ ରେ ଥିବା
ଯଥା-ନଇବୁଗା,ସେକ୍ରାଡିହି,ଚୁଡିସାହି,ଦୁବୁନା କ୍ୟାମ୍ପ,ଜଳିପଦା ନାଏକ ସାହି,ପୁରୁଣା ଡିହି,କଟୁପାଲି ମୁଣ୍ଡା ସାହି ଏମିତି ପ୍ରାୟ ପାଞ୍ଚ ଶହ ରୁ ଉର୍ଦ୍ଧ୍ବ ଅନେକ ଅସହାୟ ଓ ରାସନ୍ କାର୍ଡ ନ ଥିବା ଭଳି ଲୋକଙ୍କୁ ସହାୟତା ର ହାତ ବଢ଼ାଇଥିବା ଦେଖିବାକୁ ମିଳିଛି ! ତାରିଣୀ ପ୍ରସାଦ ମହାନ୍ତି ଙ୍କ କାର୍ଯ୍ୟ କର୍ତ୍ତା ମାନେ ଗ୍ରାମ ମାନଙ୍କୁ ଯାଇ ଘର ଘର ବୁଲି ଚାଉଳ,ଆଳୁ, ଡାଲି,ତେଲ, ସାବୁନ…. ଇତ୍ୟାଦି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ମାନ ଲୋକ ମାନଙ୍କୁ ବଣ୍ଟନ କରିଛନ୍ତି ! ତାରିଣୀ ପ୍ରସାଦ ମହାନ୍ତି ଙ୍କ ଏହି ପରି ପଦକ୍ଷେପ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ଚର୍ଚ୍ଚା ର ବିଷୟ ପାଲଟିଛି!