କାଳ ବୈଶାଖୀ ର ତାଣ୍ଡବ ।

!!! କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ରୁ ବିକାଶ କୁମାର ଦିଗାଲ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଖଜୁରୀପଡ଼ା) – କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ର ବିଭିନ୍ନ ଅଞ୍ଚଳ ରେ ଆଜି ଅପରାହ୍ନ ସମୟ ୩ ଟା ବେଳେ କାଳବୈଶାଖୀ ର ମହା ଘୂର୍ଣି ବଳୟ ଓ ଝଡତଫାନ ଦେଖିବାକୁ ମିଳିଥିଲା ।ଯାହା ଫଳରେ କେତେକ ସ୍ଥାନରେ ଗଛ ଡାଳ ଭାଙ୍ଗି ରାସ୍ତା ଉପରେ ପଡ଼ିଥିବା ବେଳେ ଆଉ କେତେକ ସ୍ଥାନରେ ବଡ଼ ବଡ଼ ଗଛ ମୂଳରୁ ଉପଡି ରାସ୍ତା ଉପରେ ପଡ଼ିରହିଛି ।ସେହିପରି କେତେକ ଗରିବ ଲୋକଙ୍କ ଝାଟି ମାଟି କୁଡିଆ ଘରର ଛପର ଉଡ଼ାଇ ନେଇଥିବା ବେଳେ ଆଉ କେତେକ ଲୋକଙ୍କ ଘରର ଆଜବେଷ୍ଟ ଏବଂ ଟିଣ ଛପର ଉଡ଼ାଇ ନେଇଛି ।ଅନ୍ୟ ପକ୍ଷରେ ବିଶାଳ କାୟ ଗଛ ବିଦ୍ୟୁତ୍ ତାର ଉପର ପଡି ଖୁଣ୍ଟ ଉପୁଡ଼ି ପଡ଼ିଥିବା ଜଗୁଁ ବିଦ୍ୟୁତ୍ ସରବରାହ ବନ୍ଦ୍ ରହିଛି ।ଭୀଷଣ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ ଚାଷୀଙ୍କର ଫସଲ ନଷ୍ଟ ହୋଇଯାଇଛି ।ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଦୂତିପଡା ଓ ବଲସକୁମ୍ପା ପଞ୍ଚାୟତରେ ।ବାର ପୁଲିୟା ଠାରୁ ପାକନା ଗାଁ କୁ ସଂଯୋଗ କରୁଥିବା ପ୍ରଧାନ ମନ୍ତ୍ରୀ ରାସ୍ତା ର ବିଭିନ୍ନ ସ୍ଥାନରେ ଡାଳ ପତ୍ର ଭାଙ୍ଗି ପଡିରହିଥିବା ବେଳେ ଡଲାବାଲି ଠାରେ ବିରାଟ କାୟ ଗଛ ରାସ୍ତା ଉପରେ ପଡ଼ି ରାସ୍ତା ଅବରୋଧ ହଇଛି।ଯାହା ଫଳରେ ଯାତାୟତ ବାଧା ପ୍ରାପ୍ତ ହୋଇଛି। ଏବଂ ଅଭିମନ୍ୟୁ ପ୍ରଧାନ ,ଜଗଦୀଶ ଦେହୁରୀ,ରାମଚନ୍ଦ୍ର କହଁର ଏବଂ ସୁରେନ୍ଦ୍ର ଦିଗାଲ,ଙ୍କ ଘର ଛପର ଉଡ଼ାଇ ନେଇଛି । ଏବଂ ଜହ୍ନି,ଲାଉ,କଲରା ଓ ଆମ୍ବୃତ ଭଣ୍ଡା ଗଛ ଭାଙ୍ଗି ଫଳ ପନିପରିବା ଆଦି ନଷ୍ଟ ହୋଇଯାଇଛି। କାଳବୈଶଖୀ ର କ୍ଷୟ କ୍ଷତି ଆକଳନକରି ସାହାଯ୍ୟ ସାମର୍ଥ୍ୟ ଯୋଗାଇଦେବା ପାଇଁ ଜନସାଧାରଣ ସରକାରଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *