ପ୍ରେସ ୟୁନିୟନ ରାୟଗଡ ପକ୍ଷରୁ କରୋନା କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ !

!!! ରାୟଗଡ ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ଦୀପକ କୁମାର ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ) – ବିଶ୍ଵ ପ୍ରେସ ଦିବସ ଅବସରରେ ରାୟଗଡ ବ୍ଲକର ବଡ଼ ଈରୁକୁବାଡି ପଞ୍ଚାୟତ ଅନ୍ତର୍ଗତ ନାକିଟି ଗ୍ରାମରେ ପ୍ରେସ ୟୁନିୟନ ରାୟଗଡ ତରଫରୁ ବର୍ତ୍ତମାନ ସମଗ୍ର ବିଶ୍ଵକୁ କବଳିତ କରିଥିବା ମହାମାରୀ କରୋନା ଭୂତାଣୁ ଯେଉଁ ଭଳି ଭାବେ କାୟା ବିସ୍ତାର କରି ଚାଲିଛି ଏଥିରୁ ଆମ ଦେଶ ଭାରତ ଓ ଆମ ରାଜ୍ୟ ଓଡିଶା ମଧ୍ୟ ବାଦ ପଡିନାହିଁ । ଏହାକୁ ଦୃଷ୍ଟି ରେ ରଖି ଆଜି ଏକ ସଚେତନତା କର୍ମଶାଳାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନାକିଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୨୫ ଗୋଟି ପରିବାରର ପ୍ରାୟ ୧୦୦ ଜଣ ସଦସ୍ୟଙ୍କୁ ସ୍ଥାନୀୟ ଆଶାକର୍ମୀ ଗାଙ୍ଗାମା କୌଶଲ୍ୟା ଓ ଅଙ୍ଗନବାଡି କର୍ମୀ ପେଣ୍ଟାମା ମାଣ୍ଡିଙ୍ଗୀ ଉକ୍ତ ଗ୍ରାମବାସୀଙ୍କୁ ସାବୁନରେ କିଭଳି ହାତ ଧୋଇବେ ବୁଝାଇଥିଲେ । ପ୍ରେସ ୟୁନିୟନ ରାୟଗଡର ସଭାପତି ଦୟାନନ୍ଦ ଖାଡଙ୍ଗା, ସମ୍ପାଦକ ମନୋଜ ସାହୁ, ରାଜେଶ ମହାନ୍ତି, ସୁରେଶ ଚନ୍ଦ୍ର ଦାସ, ଶ୍ରୀନିବାସ ବଳିଆର ସିଂ, ପରମାନନ୍ଦ ପ୍ରଧାନ, ସରୋଜ ସାହୁ, ଆଇ. ସର୍ବେଶ୍ୱର ରାଓ, ସନ୍ତୋଷ ସାହୁ ପ୍ରମୁଖ ଉକ୍ତ ଗ୍ରାମବାସୀଙ୍କୁ କିଭଳି ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ଉପରେ ବୁଝାଇଥିଲେ ଓ ଶୁଖିଲା ଖାଦ୍ୟ, ସାବୁନ, ସାନିଟାଇଜର ଓ ମାସ୍କ ମଧ୍ୟ ବଣ୍ଟନ କରିଥିଲେ । ଏହି ଅବସରରେ ବରିଷ୍ଠ ଆଇନଜିବି  ଶ୍ରୀ ପ୍ରଦୀପ କୁମାର ଦାଶ ଉପସ୍ଥିତ ରହି ଗ୍ରାମବାସୀ ଙ୍କୁ କରୋନା ନେଇ ସଚେତନ କରାଇବା ସହ ସୁରକ୍ଷା ଉପରେ ଶପଥ ପାଠ କରାଇଥିଲେ । ପ୍ରେସ ୟୁନିୟନ ରାୟଗଡର ଏହିଭଳି ଜନ ସଚେତନତା କାର୍ଯ୍ୟକ୍ରମକୁ ନାକିଟି ଗ୍ରାମର ଝିଲୀ ମିଣିଆକା, କୁରୁମା ମିଣିଆକା, ସିତୁରୁ ମିଣିଆକା, ଶୋଭନା ମିଣିଆକା, ବାଲେ ମିଣିଆକା ଓ ରୁଷି ମିଣିଆକା ଉଚ୍ଚ ପ୍ରଶଂସା କରିଥିଲେ ।

Leave a Reply

Your email address will not be published. Required fields are marked *