ପୂର୍ବତନ ବିଧାୟକ୍ ଙ୍କ ଗାଡ଼ି କୁ ଗୁଳିମାଡ଼ ; ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଏପରି ହୋଇଥିବା ସନ୍ଦେହ…!
!!! କନ୍ଧମାଳ ରୁ ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଫୁଲବାଣୀ) – ଫୁଲବାଣୀରେ ବିଜେଡ଼ିର ପୂର୍ବତନ ବିଧାୟକ ଦେବନ୍ଦ୍ରେ କହଁର(ବୁଢା) ଙ୍କ ଗାଡ଼ି ଉପରକୁ ଟାଉନ୍ ଥାନା ଚିତ୍ରକୋଟ ସାହି ନିକଟରେ ଗୁଳିମାଡ଼ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରେ ଜଣକୁ ଅଟକ ରଖିଛି ଟାଉନ ଥାନା ପୋଲିସ । ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି । କେଉଁ କାରଣକୁ ନେଇ ଏହି ଗୁଳିମାଡ଼ ହେଲା ତାହା ଜାଣିବା ପାଇଁ ଘଟଣାର ବିଭିନ୍ନ ଦିଗକୁ ତର୍ଜମା କରୁଛି ପୋଲିସ । ପୂର୍ବ ଶତ୍ରୁତା କାରଣରୁ ଏପରି ଘଟିଥିବା ଚର୍ଚ୍ଚା ହୋଇଥିଲେ ମଧ୍ୟ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିପାରିବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ୨୦୦୯ ମସିହାରେ ସେ ବିଜେଡ଼ି ଟିକେଟରେ ନିର୍ବାଚନ ଲଢ଼ି ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଫୁଲବାଣୀ ର ପୂର୍ବତନ ବିଧାୟକ ଦେବେନ୍ଦ୍ର କାହଁର ଙ୍କ ସୂଚନା ଅନୁଯାୟୀ ରାତି ପ୍ରାୟ ୧୨ ଘଣ୍ଟା ରୁ ୧ ଘଣ୍ଟା ମଧ୍ୟରେ ଦୃବୁତ ମାନେ ତାଙ୍କ ଗାଡ଼ି ଉପରେ ଗୁଳି ଫୁଟେଇଛନ୍ତି। ବର୍ତ୍ତମାନ ଶ୍ରୀ କହଁର ଭୟ ଭିତ ଅବସ୍ଥାରେ ଥିବା କହିଛନ୍ତି । କିଛି ପୂର୍ଵ ଶତ୍ରୁତା କୁ ନେଇ ଏଭଳି ହେଇଥିବା କୁହାଯାଇଛି । ଏନେଇ ଥାନା କେସ ନଂ ୫୯/୨୦ ରେ ଅନୁଯାୟୀ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

