ହୁକ୍ ପକାଇ ବିଦ୍ୟୁତ୍ ଚୋରି ରେ ଚାଲିଛି ପାଣି ପମ୍ପ ; ବିଭାଗୀୟ ଅଧିକାରୀ ନୀରବ ଦ୍ରଷ୍ଟା।

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ଥାନା ଅନ୍ତର୍ଗତ ସିରିଝୋଲି ଗ୍ରାମ ଠାରେ ଦୀର୍ଘ ୫ ବର୍ଷ ରୁ ଉର୍ଦ୍ଧ୍ବ ହେଲା ଖୋଳାଯାଇଥିବା ମାଛ ବନ୍ଧ ରେ ଏହାର ମାଲିକ ଆର. କ୍ରିଷ୍ଣା ରାଓ ବିନା ମିଟର ରେ କରେଣ୍ଟ ବ୍ୟବହାର କରୁଥିବା ଘଟଣା ଏବେ ପଦାକୁ ଆସିଛି। ଏହି ବ୍ୟକ୍ତି ଜଣକ ତାଙ୍କ ବନ୍ଧ ନିକଟରେ ରହିଥିବା ଏକ ବିଦ୍ୟୁତ୍ ଖୁଣ୍ଟ ରୁ ହୁକ୍ ପକାଇ କରେଣ୍ଟ ବ୍ୟବହାର କରୁଥିବା ଜଣାପଡ଼ିଛି। ଉକ୍ତ ମାଛ ବନ୍ଧ ର ଅପରିଷ୍କାର ଦୂଷିତ ପାଣିକୁ ବନ୍ଧ ତଳେ ରହିଥିବା ସିଏଚ୍. ପ୍ରେମ କୁମାର ଙ୍କ ଜମି ମଧ୍ଯ ଦେଇ ଛାଡୁଥିବାରୁ ଏହାକୁ ବିରୋଧ କରିବା ଘଟଣା କ୍ରମେ ବିଦ୍ୟୁତ୍ ଚୋରି କରାଯାଉଥିବା ବିଷୟ ନେଇ ଜଣାପଡ଼ିଛି।ଏନେଇ ସ୍ଥାନୀୟ ବିଦ୍ୟୁତ୍ ବିଭାଗ ଅଧିକାରୀ ଙ୍କ ନିକଟରେ ଅଭିଯୋଗ ହୋଇଛି।

ଏଠାରେ ପ୍ରଶ୍ନ ଉଠୁଛି ମାଛ ବନ୍ଧ ମାଲିକ ଜଣକ ଦୀର୍ଘ ୫ ବର୍ଷ ରୁ ଉର୍ଦ୍ଧ୍ବ ହେବ ବିନା ମିଟର ରେ ହୁକ୍ ଲଗାଇ କରେଣ୍ଟ ବ୍ୟବହାର କରୁଥିବା ବେଳେ ବିଦ୍ୟୁତ୍ ବିଭାଗ କର୍ମକର୍ତ୍ତା ଜାଣିପାରିଲେ ନାହିଁ କିପରି ? ନା ବିଦ୍ୟୁତ୍ ବିଭାଗ ବରିଷ୍ଠ ଅଧିକାରୀ ଙ୍କ ସହିତ ମାଛ ବନ୍ଧ ମାଲିକ ଙ୍କ ରହିଥିବା ମଧୁଚନ୍ଦ୍ରିକା ବିଦ୍ୟୁତ୍ ଚୋରି ପାଇଁ ଖୋରାକ୍ ଯୋଗାଇ ଧୌର୍ଯ୍ୟ ଦେଇଛି ? ଅଭିଯୋଗ ପାଇବା ପରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ମାଛ ବନ୍ଧ ମାଲିକ ଙ୍କ ବିରୁଦ୍ଧରେ ବିଦ୍ୟୁତ୍ ଚୋରି କରିଥିବା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ନା ଧର୍ମ କୁ ଆଖି ଠାର ଭଳି ପୋଲ ତାର ରେ ଲଗାଯାଇଥିବା ହୁକ୍ ବାହାର କରି ନୀରବ ରହୁଛନ୍ତି ଦେଖିବାକୁ ରହିଲା।

Leave a Reply

Your email address will not be published. Required fields are marked *