!!! ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ରୁ ରମେଶ ମିଶ୍ର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାଜଗାଙ୍ଗପୁର) – ସରକାରଙ୍କର ନିୟମ କୁ ପୁଞ୍ଜିପତି କାରଖାନା ମାଲିକମାନଙ୍କ ର ବେଖାତିର ମନୋଭାବ ନୋଭେଲ କୋରୋନା ( କୋଭିଡ୧୯) ଯୁଦ୍ଧ ରେ ଦେଶର ସାଧାରଣ ଜନତାଙ୍କ ର ସୁରକ୍ଷା ଏବଂ ବିଜୟକୁ ସରକାର ଲକ୍ଷ୍ୟ ରଖି ସାରା ଦେଶକୁ ଲକଡାଉନ ଘୋଷଣା କରିଥିବା ବେଳେ ସୁନ୍ଦରଗଡ ଜିଲ୍ଲା ର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରାମାବାହାଲ,ବୁଢ଼ାକଟା, ଗଙ୍ଗାଜଳ ରେ ଥିବା ସ୍କାନଷ୍ଟିଲ ଏବଂ ସୁରଜ ପ୍ରଡକ୍ଟ ଲିମିଟେଡ଼ର ପୁଞ୍ଜିପତି ମାଲିକ ନିଜ କାରଖାନା ର ଗରୀବ କର୍ମଚାରୀ ଙ୍କୁ ଯିଏ କାମକୁ ନଆସିବ ତାକୁ ଚାକିରୀ ରୁ ବହିଷ୍କାର କରିଦିଆଯିବ ବୋଲି ଧମକ ଦେଇ ଉତ୍ପାଦନ କାର୍ଯ୍ୟ ଜାରୀରଖିଥିବା ସ୍ଥାନୀୟ ଗ୍ରାମବାସୀମାନେ ସୂଚନା ଦେଇଥିବା ବେଳେ ରାଜଗାଙ୍ଗପୁର ର ପୂର୍ବତନ ବିଧାୟକ ଶ୍ରୀ ମଙ୍ଗଳା କିଷାନ ଙ୍କର ଲିଖିତ ବିବୃତି ଟାଉନ ବିଜେଡି ର ପୂର୍ବତନ ସଭାପତି ଶ୍ରୀ ଅମରେଶ ପଣ୍ଡା ସ୍ଥାନୀୟ ଗଣମାଧ୍ୟମ କୁ ସୂଚନା ଦେଇଥିଲେ, ଯେ ଜିଲ୍ଲାପାଳଙ୍କର ଅନୁମତି ନେଇ କାରଖାନା ଚଲାଉଛନ୍ତି।

ଏଠି ସାଧାରଣ ରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ ରାଜଗାଙ୍ଗପୁର ଓସିଏଲ ଭଳି କାରଖାନା ଦେଶକୁ ସହଯୋଗ କରୁଥିବା ବେଳେ ଉକ୍ତ କାରଖାନା ମାଲିକ ଜନତା ଙ୍କର ଜିବନ ଠୁ ବଡ ? ନା ସରକାରଙ୍କଠୁଁ ବଡ଼ ? ଦେଶରେ ଦିନମଜୁରିଆ ନିଜର ରୋଜଗାର ବନ୍ଦକରି,କ୍ଷୁଦ୍ରବ୍ୟବସାୟୀ ନିଜର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦରଖି ଲକଡାଉନ କୁ ସମ୍ମାନ ଦେଉଥିବା ବେଳେ ଜିଲ୍ଲା ପ୍ରଶାସନ କୁ କାରଖାନା ଗୁଡ଼ିକୁ ତୁରନ୍ତ ବନ୍ଦ କରିବାପାଇଁ ବିନମ୍ର ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here