ବିଦେଶରେ ଓଡ଼ିଆ ଯୁବକଙ୍କ ପତ୍ତା ମିଳୁନି,ରୋଜଗାର ପାଇଁ କାମ କରିବାକୁ ଯାଇ ନିଖୋଜ !

!!! ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବେଗୁନିଆପଡା) – ବିଦେଶକୁ କାମ କରି ରୋଜଗାର କରିବାକୁ ଯାଇ ଯୁବକ ନିଖୋଜ ହେବା ସହ ତାଙ୍କ ପତ୍ତା ନମିଳିବା ନେଇ ଏକ ଚର୍ଚ୍ଚିତ ଘଟଣା ବର୍ତ୍ତମାନ ତୀବ୍ର ଆଲୋଡନ ସୃଷ୍ଟି କରିବା ସହ ତାକୁ ଖୋଜିବା ପାଇଁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମହାମହିମ ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଛନ୍ତି ପରିବାର ଲୋକ l

ପ୍ରାପ୍ତ ସୂଚନା ଅନୁଯାୟୀ କୋଦଳା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ପଂଚାୟତର ନୂଆଗଡ ନିକଟସ୍ଥ ଫlରକlପଲ୍ଲୀ ଗ୍ରାମର ସୁବାଷ ଚନ୍ଦ୍ର ନାୟକଙ୍କ ପୁଅ ଟୁନା ନାୟକ (26) 2017 ମସିହା ମାର୍ଚ୍ଚ ମାସରେ ପୂର୍ବ ମୁମ୍ବାଇ ର  ଗୁରୁଗାଁଓ ସ୍ଥିତ ‘ଜାଭେରୀ ଆଶୋସିଏଟ ଗlଲା ନଂ -39’ର ଏକ ଏଜେଣ୍ଟ ମାଧ୍ୟମରେ ‘କୁଏତ’ ର ମୟୂରୀଟିଉସ କଣ୍ଟ୍ରି ସ୍ଥିତ ‘ଆକୁଏରେଲି କ୍ଳଥିଙ୍ଗ ଲିମିଟେଡ଼ ବlଉଣ୍ଡରି’ କୁ ଟେଲର ଭାବେ କାମ କରି ଅର୍ଥ ଉପାର୍ଜନ କରିବା ପାଇଁ ଯାଇଥିଲେ l ଗତ 2/3/2020 ରିଖ ଦିନ ଟୁନା ଘରକୁ ପଇସା ପଠାଇବା ପାଇଁ ସେଠାର ଏକ ଏ.ଟି.ଏମ କୁ ଯାଇଥିଲେ ଓ ସେଠାରୁ ଆଉ ଫେରି ଆସିନଥିଲେ l ପରେ ବିଳମ୍ବ ହେବାରୁ ତାଙ୍କ ସାଥି ଘରକୁ ଫୋନ ଯୋଗେ ଜଣାଇବା ପରେ ଘର ଲୋକ ସମ୍ପୂର୍ଣ ବ୍ୟସ୍ତ ହେବା ସହ ତାଙ୍କ ଭାଇ ପ୍ରଶାନ୍ତ କୁମାର ନାୟକ ତୁରନ୍ତ ମୁମ୍ବାଇ ସ୍ଥିତ ଏଜେଣ୍ଟ କୁ ଅବଗତ କରାଇବା ସହ କୁଏତ ସ୍ଥିତ ସେହି କମ୍ପାନୀ କୁ ମଧ୍ୟ ଅବଗତ କରାଇ ବିଫଳ ହୋଇଥିଲେ l ପରେ ପରିବାର ଲୋକ ବେଗୁନିଆପଡା ଫାଣ୍ଡିରେ ଏତଲା ଦେବା ସହ ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ଏସ. ପି  ଜିଲ୍ଲା ଶ୍ରମ ଅଧିକାରୀ, ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରମ ମନ୍ତ୍ରୀ, ଶ୍ରମ ବିଭାଗ ସଚିବ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଲିଖିତ ଭାବରେ ଟୁନାଙ୍କ ପତ୍ତା ଖୋଜିବା ପାଇଁ ଚେଷ୍ଟା କରିବା ପାଇଁ ନିବେଦନ କରିଛନ୍ତି l ଘଟଣା ଘଟିବା ଦିନଠାରୁ ଟୁନା ଙ୍କ ମୋବଇଲ ଆଉ ଲାଗୁନି  କି ଟୁନା ଙ୍କ ଘରେ ଭଲରେ ଚୁଲି ଜାଳୁନି  l ଯେଉଁ ଏଜେଣ୍ଟ ତାଙ୍କୁ ସେଠାକୁ ନେଇଥିଲା ସେ ଆଉ କୌଣସି ପ୍ରତିକ୍ରିୟା ପ୍ରକାଶ ନକରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି l ଏପରିକି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଟୁନା ଙ୍କ ପରିବାର ପକ୍ଷରୁ ନିବେଦନ କରିଛନ୍ତି l

Leave a Reply

Your email address will not be published. Required fields are marked *