!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବେଗୁନିଆପଡା) – ଗତକାଲି ଅପରାହ୍ନ 2.30 ରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଖଣ୍ଡିଆନଇ ଠାରେ ହୋଲିଖେଳରେ କୌଣସି କାରଣରୁ ବଚସା ହୋଇ ଦୁଇଜଣଙ୍କ ମଧ୍ୟରେ ଝଗଡା ଲାଗିବାରୁ ଜଣେ ଗୁରୁତର ହୋଇ କଟକ ମେଡିକାଲ ସ୍ଥାନାନ୍ତର ହୋଇଥିବା ଖବର ହସ୍ତଗତ ହୋଇଛି l ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ ଖଣ୍ଡିଆନଇ ଗ୍ରାମର ଉପେନ୍ଦ୍ର ମହାନ୍ତିଙ୍କ ପୁଅ ମିଟୁ ମହାନ୍ତି (30) l ପ୍ରାପ୍ତ ବିବରଣୀରୁ ପ୍ରକାଶ ଖଣ୍ଡିଆନଇ ଗ୍ରାମରେ ହୋଲି ଖେଳ ଚାଲିଥିବାବେଳେ ଗ୍ରାମର ମିଟୁ ମହାନ୍ତି ଓ ପ୍ରକାଶ ମହାନ୍ତିଙ୍କ ପୁଅ ରାକେଶ ମହାନ୍ତିଙ୍କ (30)

ମଧ୍ୟରେ କୌଣସି କାରଣରୁ ବଚସା ହୋଇ ଝଗଡା ହୋଇଥିଲା l ଝଗଡ଼ାରୁ ମାରପିଟ ହୋଇ ମିଟୁ ମହାନ୍ତି ଗୁରୁତର ଆହତ ହୋଇଥିଲେ l ତାଙ୍କ ମୁଣ୍ଡରେ ପଥର ବାଜିଥିବା ପୁଲିସ ସୂତ୍ରରୁ ପ୍ରକାଶ l ଘଟଣା ସ୍ଥଳରୁ ଆମ୍ବୁଲାନ୍ସ ଯୋଗେ  ତୁରନ୍ତ ତାଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା l କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାପରେ ବ୍ରହ୍ମପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା l ଏନେଇ ଆହତ ମିଟୁର ବାପା ଉପେନ୍ଦ୍ର ମହାନ୍ତି ବେଗୁନିଆପଡା ଫାଣ୍ଡିରେ ଏତଲା ଦେଇଛନ୍ତି l ଏତଲାକୁ ଭିତିକରି ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତ ରାକେଶକୁ ଅଟକ ରଖି ତଦନ୍ତ ଚଳାଇଛନ୍ତି l କେସ ନଂ 68/20 ରେ ମାମଲା ରୁଜୁ ହୋଇଥିବା ପ୍ରକାଶ l

LEAVE A REPLY

Please enter your comment!
Please enter your name here