!!! ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ  ଅଶ୍ଵିନ ମହାନ୍ତି ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଖଲିକୋଟ) – ଫେବୃଆରୀ ୧୪ ତାରିଖକୁ ପାଶ୍ଚାତ୍ୟ ଦେଶମାନଙ୍କରେ ଭ୍ୟାଲେଣ୍ଟାଇନ ଡେ ଭାବରେ ପାଳନ କରାଯାଇଥିବା ବେଳେ ଆମ ଦେଶରେ ଅନେକ ଯୁବକ ଯୁବତୀ ମଧ୍ୟ ଏହି ଦିବସକୁ ପାଳନ କରିଥାନ୍ତି । ଏହି ଅପସଂସ୍କୃତିର ବିସ୍ତାର ନ ହେବା ପାଇଁ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ମାତୃପିତୃ ପୂଜନ ଦିବସ ରୂପେ ପାଳନ କରାଯାଉଛି । ଗଂଜାମ ଜିଲ୍ଲାର ଖଲିକୋଟ ବ୍ଳକ ଅନ୍ତର୍ଗତ ଆଇତିପୁର ସ୍ଥିତ ଶିଶୁ ବିକାଶ ବିଦ୍ୟା ମନ୍ଦିର ଠାରେ ମାତୃପିତୃ ପୂଜନ ଦିବସ ରୂପେ ପାଳନ କରାଯାଇଛି । ବିଦ୍ୟାଳୟର ଶିଶୁ କଳିକା ମାନେ ନିଜ ପିତା ମାତାଙ୍କୁ ଚନ୍ଦନ ଲଗାଇ ଦୀପଧୂପ ଦ୍ବାରା ଆଳତି କରି ପୁଷ୍ପ ଦ୍ବାରା ପୂଜା ଅର୍ଚ୍ଚନା କରିଥିଲେ । ମାତାପିତା ମାନେ ମଧ୍ୟ ନିଜର ସନ୍ତାନ ମାନଙ୍କୁ କୋଳରେ ବସେଇ ଗେଲ କରିଥିଲେ । ହୁଳହୁଳି ଶବ୍ଦରେ ବିଦ୍ୟାଳୟ ପ୍ରାଙ୍ଗଣ ପ୍ରକମ୍ପିତ ହେଉ ଥିଲା । ଏକ ଆନନ୍ଦ ମୟ ଓ ପ୍ରେମ ମୟ ପରିବେଶ ସୃଷ୍ଟି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଶିକ୍ଷାବିଦ୍ ପଦ୍ମ ଚରଣ ସାହୁ ମଞ୍ଚାସୀନ ଥିବା ବେଳେ ସାମ୍ବାଦିକ ତଥା ସାମାଜିକ କର୍ମୀ ଅଶୋକ କୁମାର ତ୍ରିପାଠୀ ମୂଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ବିଦ୍ୟାଳୟର ସଭାପତି ଭାଗିରଥି ସ୍ବାଇଁ , ସମ୍ପାଦକ ରୋହିତ ସ୍ବାଇଁ ,ଶିକ୍ଷକ ଶଙ୍କର ସାହୁ ଓ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ କାହ୍ନା ପରିଡା ମଞ୍ଚାସୀନ ଥିଲେ । ଗୁରୁଜୀ ଓ ଗୁରୁମା ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ପ୍ରଥମେ ପୁଲବାମା ସହୀଦ ମାନଙ୍କ ପାଇଁ ନୀରବ ପ୍ରାଥନା କରାଯାଇଥିଲା ଏବଂ ଅତିଥି ମାନେ ମାତୃପିତୃ ପୂଜନର ମହତ୍ତ୍ଵ ବିଷୟରେ ବକ୍ତବ୍ୟ ଦେଇ ଥିଲେ ।

LEAVE A REPLY

Please enter your comment!
Please enter your name here