ଫାଣ୍ଡିରୁ ଚମ୍ପଟ ମାରିଥିବା ଆସାମୀକୁ ଧରିଲା ପୁଲିସ,ଚୋରୀ ସ୍କୁଟି ଉଦ୍ଧାର l

!!! ଗଞ୍ଜାମ୍ ଜିଲ୍ଲା ଛତ୍ରପୁର ରୁ ଉପଖଣ୍ଡ ପ୍ରତିନିଧି ପବିତ୍ର କୁମାର ରାଉତ ଙ୍କ ରିପୋର୍ଟ୍ !!! 

ଏଥର ସମ୍ଭାଳ (ବେଗୁନିଆପଡ଼ା) – ଗତ 23 ତାରିଖରେ ବେଗୁନିଆପଡ଼ା ଫାଣ୍ଡି ପଛପାଖ ରାସ୍ତାରେ ଥିବା ଆଇ ସି ଆଇ ସି ଆଇ ବ୍ୟାଙ୍କ୍ ଏ ଟି ଏମ୍ ରୁ ଲୁଟ ଉଦ୍ୟମ କରି 24 ତାରିଖ ଦିନ ଧରା ପଡିଥିବା ଆସାମୀ କୃଷ୍ଣ ପ୍ରଧାନ ଗତ 27 ତାରିଖ ଦିନ ଫାଣ୍ଡିରୁ ସୁଯୋଗ ଦେଖି ଚମ୍ପଟ ମାରିବା ପରେ ଆଜି ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ତାକୁ ସ୍ଥାନୀୟ ଫାଣ୍ଡି ଅଧୀନସ୍ଥ ଓଡନଇ ଗ୍ରାମ ନିକଟରୁ କାବୁ କରିବା ସହ ତା ନିକଟରୁ ଏକ ସ୍କୁଟି ଗାଡି ଉଦ୍ଧାର କରିଛନ୍ତି l ଏ ଟି ଏମ୍ ଲୁଟ ଘଟଣାରେ 4 ଜଣଙ୍କୁ ଗିରଫ୍ କରିଥିବା ବେଳେ କୃଷ୍ନ ପ୍ରଧାନ ବିଭିନ୍ନ ମାମଲାରେ ଜଡିତ ଥିବା ନେଇ ତଦନ୍ତ ପାଇଁ ଫାଣ୍ଡିରେ ଅଟକ ରଖାଯାଇଥିଲା l କିନ୍ତୁ 27 ତାରିଖ ଦିନ ସକାଳ 10.30 ମି ସମୟରେ ସେ ସେଣ୍ଟ୍ରି କୁ ଚକମା ଦେଖାଇ ଛୁ ମାରିଥିଲା l ପୁଲିସ ବହୁ ଖୋଜାଖୋଜି କରିବା ପରେ ତାକୁ ଧରିବା ପାଇଁ ଜାଲ ବିଛାଇବା ପରେ ଆଜି ତାକୁ ଧରାଯାଇଛି l ତା ନିକଟରୁ ବେଗୁନିଆପଡା ବଜାରରୁ ଚୋରି ହୋଇଥିବା ଏମ୍ ସୁନିତା ରାଓ ଙ୍କ ସ୍କୁଟି ଗାଡି (OD 07 B 5477) କୁ ମଧ୍ୟ ଉଦ୍ଧାର କରାଯାଇଛି l ଆସାମୀକୁ ଅତି ଶୀଘ୍ର କୋର୍ଟ ଚାଲାଣ କରାଯିବ ବୋଲି ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *