!!! ଗଞ୍ଜାମ ଜିଲ୍ଲା ବେଗୁନିଆପଡାରୁ ମୁନା ନାୟକଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ବେଗୁନିଆପଡ଼ା) – ବେଗୁନିଆପଡ଼ା ଖଲିକୋଟ ତାଲୁକା ଆଇନ ସେବା କେନ୍ଦ୍ର ଆନୁକୂଲ୍ୟରେ ରବିବାର ଦିନ ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତ ପରିସରରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀନିବାସ ପ୍ରତିହାରୀ, ଆସିଷ୍ଟାଣ୍ଟ ସେସନ ଜଜ ଶ୍ରୀ ଅଲେଖ କୁମାର ପ୍ରଧାନ, ଜଜ ଶ୍ରୀମତୀ ଶାନ୍ତlଶ୍ରୀ ମହାନ୍ତି, ବାର ସଭାପତି ରାଜେନ୍ଦ୍ର ପ୍ରସାଦ ରଥ, ସରପଞ୍ଚ ସନ୍ତୋଷିନି ସାହୁ ଯୋଗ ଦେଇ ଆଇନର ବିଭିନ୍ନ ଦିଗ ଓ ଅସହାୟ ବ୍ଯକ୍ତି, ଜନଜାତି, ଅନୁସୂଚିତ ଜନଜାତି, ଦିବ୍ୟlଙ୍ଗ, ସ୍ଵଲ୍ପ ଆୟ ବ୍ୟକ୍ତି ମାନଙ୍କ ପାଇଁ ଆଇନର ସହାୟତା ଉପରେ ଆଲୋକପାତ କରିଥିଲେ l ଏଥିପାଇଁ ଲୋକମାନେ ସଚେତନ ରହିଲେ ଏହା ର ସୁଫଳ ପାଇପାରିବେ ବୋଲି କହିଥିଲେ l ଅନେକ ସମୟରେ ଗରିବ ଲୋକ ଆଇନର ସହାୟତା ବିଷୟରେ ଜାଣିପାରନ୍ତି ନାହିଁ ଏଣୁ ସହାୟତାରୁ ବଞ୍ଚିତ ହୋଇଥାନ୍ତି ସେଥିପାଇଁ କୋର୍ଟରେ ଏକ କମିଟି ଗଠନ କରାଯାଇଛି ଏହାର ସହାୟତା ନେବା ପାଇଁ କହିଥିଲେ l ଏଥିରେ ବାର ସମ୍ପାଦକ ନୀଳାମ୍ବର ଶତପଥୀ, ଓକିଲ, ଦିବାକର ପ୍ରଧାନ, ଅଭିମନ୍ୟୁ ଗଉଡ, ସନ୍ତୋଷ କୁମାର ମିଶ୍ର, ସମାଜସେବୀ ସନ୍ତୋଷ କୁମାର ସାହୁ ଓ ମହେନ୍ଦ୍ର କୁମାର ଗଉଡ ସହଯୋଗ କରିଥିଲେ l