!!! ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ରୁ ଅଶ୍ୱିନ କୁମାର ମହାନ୍ତି ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଖଲ୍ଲିକୋଟ) – ଛାତ୍ରଛାତ୍ରୀମାନେ ଅଧୟନରତ ହେବା ଫଳରେ ପ୍ରଜ୍ଞା ବୃଦ୍ଧି ପାଇବା ସହ ମଣିଷକୁ ଶ୍ରେଷ୍ଠ ବ୍ୟକ୍ତିତ୍ୱରେ ପ୍ରକାଶ କରିଥାଏ ବୋଲି ମୁଖ୍ୟ ବକ୍ତା ଭାବେ ଯୋଗଦେଇ +2 କାଉନ୍ସିଲ ର ଯୁଗ୍ମ ସମ୍ପାଦକ ଡ଼.କୁଲାମଣି ଓଝା ପରାମର୍ଶ ଦେଇଥିଲେ | ଛାତ୍ର ଛାତ୍ରୀମାନେ whatsaap , facebook ଓ Google ପ୍ରେମରେ ନ ପଡି ପୁସ୍ତକ ଅଧ୍ୟୟନ ପ୍ରତି ଅଧିକ ଧ୍ୟାନ ଦେଲେ ମାନସିକ , ଶୈଖିକ ଓ ଚାରିତ୍ରିକ ବିକାଶ ହୋଇପାରିବ ବୋଲି ପ୍ରକାଶ କରିଥିଲେ | ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କିଶୋର ପଲେଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉସଃଛବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ରମହପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦେଶକ ଡ଼. ଲକ୍ଷ୍ମୀକାନ୍ତ ତ୍ରିପାଠୀ ପିଲାମାନେ କେବଳ ସାର୍ଟିଫିକେଟ ସର୍ବସ୍ବ ଶିକ୍ଷା ପଛରେ ନ ଗୋଡ଼ାଇ ନିଜର ଅନ୍ତର୍ନିହିତ ଶୈଖିକ ଯୋଗ୍ୟତା ବଳରେ ୧୦୦ କ୍ୟାରେଟ ମଣିଷ ହୋଇପାରିଲେ ଭାରତ ବର୍ଷର ସାମଗ୍ରିକ ବିକାଶ ରୁଦ୍ଧିମନ୍ତ ହୋଇପାରିବ ବୋଲି ପ୍ରକାଶ କରିଥିଲେ | ସେହିପରି ଶିକ୍ଷା ବିଭାଗ ର ଅତିରିକ୍ତ ନିର୍ଦେଶକ ବିଶ୍ୱନାଥ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବାବେଳେ ଅଧ୍ୟକ୍ଷା ନମିତା ଦାଶ ସଭାପତିତ୍ୱ କରିଥିବାବେଳେ ଇତିହାସ ଅଧ୍ୟାପକ ସରୋଜ ଦାଶ ବିବରଣୀ ପାଠ କରିଥିଲେ , ଷ୍ଟାଫ କାଉନ୍ସିଲ ସେକ୍ରେଟାରୀ ତଥା ବିଦ୍ୟାଳୟ ର ବାଣିଜ୍ୟ ଅଧ୍ୟାପକ ସତ୍ୟବାନ ନାୟକ ଓ ଇଂରାଜୀ ଅଧ୍ୟାପକ ଡି ଅରୁଣ ଚାଲମ ପ୍ରମୁଖ ମଂଚାସୀନ ଥିବାବେଳେ ଓଡ଼ିଆ ଅଧ୍ୟାପକ ଯୋଗେନ୍ଦ୍ର ବାରିକ ବାର୍ଷିକ ଉତ୍ସବ ର ସଂଯୋଜନା କରିଥିଲେ | ସେହିପରି ମହିଳା ଆତ୍ମରକ୍ଷା ସଂଯୋଜକ ଅମୃତ କୁମାର ସେଠି ଉତ୍ସବ ରେ ଅଂଶଗ୍ରହଣ କରିଥିବାବେଳେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ପ୍ରଭାକର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ର ମୁଖ୍ୟ କିରାଣୀ ଟୁନା ଦାସ ଓ ସହକାରୀ କିରାଣୀ ରବୀନ୍ଦ୍ର କୁମାର ମହାନ୍ତି ଓ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ବାର୍ଷିକ ଉତ୍ସବ ପରିଚାଳନା ଦାୟିତ୍ୱ ନିର୍ବାହ କରିଥିବାବେଳେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ ହୋଇ ପୁରସ୍କାର ବିତରଣ କରାଯାଇଥିଲା |