!!! କନ୍ଧମାଳ ରୁ ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (କନ୍ଧମାଳ) – କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ବିଶ୍ୱ ଏଡସ ଦିବସ ପାଳନ ହୋଇଯାଛି । ଏଥିରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ର ଶତାଧିକ କର୍ମଚାରି ଙ୍କ ସମେତ କଲେଜ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ । ସ୍ଥାନୀୟ ମେଡିକାଲ ରୁ ଏକ ସଚେତନତା ସଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା ଏବଂ ଏହା ପରେ ସ୍ଥାନୀୟ GNM ନର୍ସିଂ ସ୍କୁଲ ଠାରେ ଏକ ଏଡ଼ସ ସଚେତନତା କାଯ୍ୟ କ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସହର ର ବରିଷ୍ଠ ନାଗରିକ ଙ୍କ ସମେତ ଛାତ୍ରୀଛାତ୍ର ଏବଂ ଅତିଥି ଭାବ ରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଣୀ ଡ଼ଃ ରାଜଶ୍ରୀ ପଟ୍ଟନାୟକ , ଡ଼ଃ ପ୍ରଶାନ୍ତ ତ୍ରିପାଠୀ , DTO ମୋନରଞ୍ଜନ ସାହୁ , DPM ହାଂସିକା ରାଉତ, ଅନନ୍ତ ମିଶ୍ର , ଗୋବିନ୍ଦ ଚନ୍ଦ୍ର ଜେନା କାଉନ୍ସିଲଏର icr. ଦେବାଶିଷ ମିଶ୍ର କାଉନ୍ସିଲଏର icr ଉପସ୍ଥିତ ରହିଥିଲେ । ଏଥିରେ ଏଡ଼ସ ର ନିରାକରଣ ଏବଂ ଏଡ଼ସ ରୋଗୀ ମାନେ କିପରି ନିଜ ପରିବାର ସହ ମିଳିମିଶି ରହିବେ ସେ ବିଷୟ ରେ ଆଲୋଚନା ହୋଇଥିଲା ।