ଏ. ଜେ. ଓ. ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ସୁରଭି ଓ କଳା ଉତ୍ସବ ପାଳିତ…!

!!! କନ୍ଧମାଳ ଜିଲ୍ଲା ଫୁଲବାଣୀ ରୁ ଉପଖଣ୍ଡ ପ୍ରତିନିଧି ସୁକାନ୍ତ ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଫୁଲବାଣୀ) – ଏ. ଜେ. ଓ. ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ସୁରଭି ଓ କଳା ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁରଭି ର ୧୮ ଟି କନିଷ୍ଠ ଓ ୪ ଟି ବରିଷ୍ଠ ପ୍ରତିଯୋଗୀ କଳା ଉତ୍ସବ ପ୍ରତିଯୋଗୀତା ରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ମୋଟ ୩୦୪ ଜଣ ଛାତ୍ର ଛାତ୍ରୀ ଏବଂ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ ଗଣ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବିକାଶ ଚନ୍ଦ୍ର ପ୍ରଧାନ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଲକ୍ଷ୍ମୀଧର ବେହେରା ଏବଂ ସମ୍ମାନିତ ଅତିଥି ଭାବେ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ଗୋବର୍ଧନ ଭୋଇ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅମୁଲ୍ୟ କୁମାର ଜେନା, ଅଶୋକ କୁମାର ମିଶ୍ର, ସନ୍ତୋଷ କୁମାର ସାହୁ ସମେତ ଫୁଲବାଣୀ ବ୍ଲକ ର ସମସ୍ତ ସିଆରସିସି ଯୋଗ ଦେଇ କାର୍ଯ୍ୟକ୍ରମ କୁ ଅତି ଉଚ୍ଚ କୋଟିର କରିଦେଇଥିଲେ। ଏହା ସହିତ ଫୁଲବାଣୀ ବ୍ଲକ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହଯୋଗ ଯୋଗୁଁ କାର୍ଯ୍ୟକ୍ରମ ସରସ ସୁନ୍ଦର ହୋଇଥିଲା। ଏହି କଳା ଉତ୍ସବ ରେ ପ୍ରଥମ ହୋଇଥିବା କୃତି ଛାତ୍ର ଛାତ୍ରୀ ଙ୍କୁ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ହେଉ ଥିବା ବାଲିଗୁଡା ବାଳକ ଉଚ୍ଚ ବିଦ୍ୟାଳୟ ଅଂଶ ଗ୍ରହଣ ନିମନ୍ତେ ପ୍ରେରଣ କରାଯିବ ବୋଲି କହିଛନ୍ତି। ଶେଷରେ ସମସ୍ତ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିବା ପରେ, ସଭାରେ ସଭାପତିତ୍ୱ କରୁଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଗୋବର୍ଦ୍ଧନ ଭୋଇ ଚଲତେ ଚଲତେ…. କଭୀ ଅଲବିଦା ନା କେହେନା.. ଗୀତ ଗାଇ ସଭା ସାଙ୍ଗ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଏଭଳି କାର୍ଯ୍ୟ କୁ ସାଧାରଣ ରେ ଭୂୟସୀ ପ୍ରଶଂସା କରାଯାଇଥିଲା।

Leave a Reply

Your email address will not be published. Required fields are marked *