!!! କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରୁ ଉପଖଣ୍ଡ ପ୍ରତିନିଧି ମିଲନ କହଁର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାଲିଗୁଡ଼ା) – କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସ୍ତିତ ସୁଗଡ଼ବଡ଼ି ଗ୍ରାମରେ ଏକ ଅବିଶ୍ୱାସନୀୟ ଘଟଣା ଘଟିଛି ଯାଇଛି । ସେହି ଗ୍ରାମ ଜଣେ ନାବାଳିକା ବର୍ତ୍ତମାନ ୭ ମାସର ଗର୍ଭବତୀ ।କୁମାରୀ ପ୍ରେମାଞ୍ଜଳୀ (ଛଦ୍ମନାମ) ଡିଗାଲ ବୟସ 17 ପିତା ସୁବଳ ଡିଗାଲ, ଝିଅଟି ସୁଗଡ଼ବଡ଼ି ନୋଡାଲ ହାଇସ୍କୁଲ ରେ ପଢୁ ଥିବାବେଳେ ବଞ୍ଚାନିଧି ପ୍ରଧାନ ପିତା କୃତିବାସ ପ୍ରଧାନ.ଗ୍ରାମ ମୁନାଙ୍ଗୁଡା ଜି ଉଦୟଗିରି ବ୍ଲକର ଜଣେ ବ୍ୟକ୍ତି ଝିଅଟିକୁ ସ୍ନେହ ପ୍ରେମ ଓ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲା । ଏହି କଥାଟି ପ୍ରେମାଞ୍ଜଳୀ ସେ ତାଙ୍କ ପରିବାର ସଦସ୍ୟଙ୍କୁ ଜଣାଇବ ବୋଲି କହିଥିଲା । ସେହି ସମୟ ରେ ବଞ୍ଚାନିଧି (ଗୁଡ଼ୁ ) ପ୍ରେମଞ୍ଜଳି କୁ ମାଡ ମାରି ଜୀବନ ରୁ ମାରି ଦେବାକୁ ଧମକ ଦେଇଥିଲା ଏବଂ ତାର କିଛି ଅଶ୍ଳୀଳ ଛବି ଚିତ୍ରକୁ ସୋସିଆଲ ମେଡ଼ିଆ ରେ ଭାଇରାଲ କରିବି ବୋଲି ଧମକ ଦେଇଥିଲା ।ଫଳରେ ଝିଅଟି ଏହି କଥାକୁ ନିଜ ପରିବାରଲୋକଙ୍କୁ କହି ପାରିନଥିଲେ ।ଏହାର ସୁଯୋଗ ନେଇ ବଞ୍ଚାନିଧି ଜୋର ଜବରଦସ୍ତ ଅନେକ ଥର ପ୍ରେମଞ୍ଜଳି ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ. ।ଯେତେବେଳେ ପ୍ରେମଞ୍ଜଳୀ ଗର୍ଭବତୀ ହୋଇଗଲେ ଏକଥା ସେ ଗୁଡ଼ୁ ଙ୍କୁ ଜଣାଇଥିଲେ । ସେହି ସମୟ ରେ ଗୁଡ଼ୁ ଝିଅ ଟିକୁ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲାଏବଂ ପ୍ରେମଞ୍ଜଳୀ ଙ୍କ ପରିବାର ଲୋକଙ୍କୁ ଜଣାଇ ଥିଲା । ୬ ମାସ ବିତି ଯାଇଥିଲେ ମଧ୍ୟ ଗୁଡୁ ବିବାହ କଥାକୁ ନେଇ ଗୁରୁତ୍ୱ ନଦେବାରୁ ପ୍ରେମାଞ୍ଜଳୀଙ୍କ ପରିବାର ଲୋକେ ବଞ୍ଚାନିଧି ଙ୍କ ଘରକୁ ଯାଇଥିଲେ ସେଠାରେ ସେମାନେ କାହାକୁ ନ ପାଇବା ରୁ ନିରାଶ ହୋଇ ଘରକୁ ଫେରି ଥିଲେ । ଏହା ପରେ ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀମତୀ ପଙ୍କଜିନୀ କହ୍ନର ଙ୍କୁ ଘଟଣା ସମ୍ପର୍କରେ ଲିଖିତ ଭାବେ ଜଣା କରିଥିଲେ । ଏହି ଘଟଣା ନେଇ ଗ୍ରାମରେ ପଂଚାୟତ ବୈଠକ ବସିଥିଲା । 29/08./2019 ରିଖ ଦିନ ପଂଚାୟତ କାର୍ଯ୍ୟାଳୟରୁ ଏକ ଚିଠି ବଞ୍ଚାନିଧି ପ୍ରଧାନ ଙ୍କୁ କରାଯାଇଥିଲା । ଏହାର ସମାଧାନ ନିମନ୍ତେ ଗତ ତା 03/09/2019 ରିଖ ମଙ୍ଗଳ ବାର ଦିନ ଏକ ଘଂଟିକା ସମୟ ରେ ଅଉ ଗୋଟିଏ ସଭା କରିବା ପାଇଁ ଚିଠି ରେ ଉଲ୍ଲେଖ ଥିଲା । ଏହି ଦିନ ମଧ୍ୟ ବଞ୍ଚାନିଧି ପ୍ରଧାନ ଏବଂ ତାଙ୍କ ପରିବାର ର କୋଣସି ସଦସ୍ୟ ପଞ୍ଚୟତ ବୈଠକ କୁ ଆସି ନଥିଲେ । ଏହା ପରେ ବଞ୍ଚାନିଧି ବହୁବାର ମୋବଇଲ ରେ ଝିଅ କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଜୀବନରେ ମାରିଦେବାକୁ ଧମକ ଦଉଥିଲା । ସେହି ଭୟ ରେ ପ୍ରେମାଞ୍ଜଳୀ ନିଜ ପରିବାର ଲୋକଙ୍କୁ ଧରି ରାଇକିଆ ଥାନାରେ ଘଟଣା ସମ୍ପର୍କରେ କିଖିତ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ବିଜୟ ସିଂ କେସ ନମ୍ବର 59/2019 କ୍ରମେ ମାମଲା ରୁଜୁ କରି ଦଫା 376.(2)(N)/506 ଧାରା 06 poska act 2012 କ୍ରମେ ୦୯.୦୯.୧୯ ତାରିଖ ରେ ମାମଲା ରୁଜୁ କରିଛନ୍ତି । ସେଇ ଦିନ ଠାରୁ ଆଜଯାଏଁ ପୋଲିସ ଅଭିଯୁକ୍ତ ବଞ୍ଚାନିଧିଙ୍କୁ ଗିରଫ କରିନାହିଁ । ଆଜି କୁ ପ୍ରାୟ ଏକ ମାସ ରୁ ଅଧିକ ହେଇଗଲାଣି ନିରୀହ ପିଡିତା ନିଜ ବାପା ମା ଙ୍କୁ ଧରି ବହୁତ ଥର ଥାନା ଅଧିକାରୀ ଙ୍କ ପାଖକୁ ଯିବା ପରେ ବି ଅଭି ଯୁକ୍ତ କୁ ପୋଲିସ ଗିରଫ କରୁନଥିବା ପରିବାର ବର୍ଗ ଅବିଯୋଗ କରିଛନ୍ତି ।ଏହି ଘଟଣା ଟି ରେ ଅସହାୟ ହେଇ ଗର୍ଭ ରେ 7ମାସ ର ଛୁଆ ଟିକୁ ଧରି ନିରିହା ପିଡିତା ବହୁତ କଷ୍ଟ ପାଉଥିବା ପରିବାର ଲୋକ କହିଛନ୍ତି । ।ଏହି ଘଟଣା ସମ୍ପର୍କରେ ଥାନା ଭାରପ୍ରାପ୍ତ ଅଧିକାରୀ ରାକିଆ ବିକେ ସିଂ ଙ୍କୁ ପଚାରିଲେ ତାଙ୍କ ପ୍ରତିକ୍ରିୟା ରେ ସେ କେବଳ ଖୋଜା ଚାଲିଛି କହିଛନ୍ତି । ଅଭିଯୁକ୍ତ ବଞ୍ଚା ନିଧି ପ୍ରଧାନ ଏବେ ବି ମୋବାଇଲ ରେ ବିଭିନ୍ନ ନୁମ୍ବର ରୁ ପିଡିତା ଏବଂ ତାଙ୍କ ପରିବାର ବର୍ଗ ଙ୍କୁ ଧମକ ଦେଇଥିବା ପାରିବର ଲୋକେ କହିଛନ୍ତି ଏବଂ ଅଭିଯୋଗ କରିଛନ୍ତିକିି ,ଅଭିଯୁକ୍ତ ଙ୍କ କେହିଜଣେ ସମ୍ପର୍କୀୟ ସ୍ଥାନୀୟ ଥାନାରେ କାର୍ଯ୍ୟରତ ଥିବାରୁ ପୋଲିସ ଜାଣି ଶୁଣି ବାଞ୍ଛାନିଧି କୁ ଖୋଜି ଗିରଫ କରୁ ନାହାନ୍ତି । ଏହି ବିଷୟରେ ଆଜି ପିଡିତା ଏବଂ ତାଙ୍କ ପରିବାର ଲୋକେ କନ୍ଧମାଳ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିବା ନିମନ୍ତେ ଆସି ଥିଲେ । କିନ୍ତୁ ଜିଲ୍ଲା ପାଳ ଅନ୍ୟ ତ୍ର କୌଣସି କାର୍ଯ୍ୟକ୍ରମରେ ରେ ଥିବାରୁ ଭେଟି ନ ପାରି ନିରାଶା ରେ ଫେରି ଯାଇଥିବା ଜଣାଇଛନ୍ତି । ଜିଲ୍ଲା ପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଇକିଆ ବ୍ଲକ କୁ ଯିବା ଖବର ରହିଥିବା ରୁ ସେଠରେ ପ୍ରେମା ଞ୍ଜଳି ଙ୍କ ପରିବାର ଭେଟି ଅଭିଯୋଗ ପାତ୍ର ଦେବେ ବୋଲି ପରିବାର ଲୋକେ କହିଛନ୍ତି । ଏପଟେ ମୋ ସରକାର କାର୍ଯ୍ୟ କରିତା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଆରୋପ କରୁଥିବା ବେଳେ ନିରୀହ ଲୋକଙ୍କୁ ତୃଣମୂଳ ସ୍ଥାରରେ ବହୁତ ସମସ୍ୟା ର ସାମ୍ନା କରିବା କୁ ପଡୁଛି । ରାଇକିଆ ଅଂଚଳ ଏକ ହରି ଜନ ଆଦିବାସୀ ବହୁଳ ଏଠି ଲୋକ ଙ୍କୁ ଉଚିତ ନ୍ୟାୟ ମିଲୁନି ବୋଲି ପରିବାର ଲୋକେ ଅଭି ଯୋଗ କରି କାନ୍ଦୁଛନ୍ତି । ଏତଲା ଦେଲା ବେଳେ ଜି ଉଦୟଗିରି ଏସ ଡ଼ି ପି ଓ ଏବଂ ରାଇକିଆ ଥାନା ଭାରପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ ଏବଂ 10.02.2019 ରେ ଜି ଉଦୟଗିରି ଥାନା କୁ ନେଇ ସେଠାରେ ବି ରିପୋର୍ଟ ଲେଖା ଯାଇଥିଲେ ବି ଜି ଉଦୟଗିରି ପୋଲିସ ବି କିଛି କରୁନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହା ସହ ଅଭିଯୁକ୍ତ ର ନିଜ ଲୋକ ଜ ଉଦୟଗିରି ଥାନା ରେ ଥିବା ହେତୁ ସେଇ ଯୁବକ କୁ ଧରୁନାହାନ୍ତି ଏବଂ ଗାନ୍ଧୀ ପ୍ରଧାନ ନାମକ ବ୍ୟକ୍ତି ପୋଲିସ ରେ ଥିବା ଅଭିଯୁକ୍ତ ବଞ୍ଚାନିଧିକୁ ଲୁଚାଇ ରଖି ଥିବା ଜିଲ୍ଲା ପାଳ ଙ୍କୁ ଦେଇଥିବା ଅଭିଯୋଗ ପତ୍ର ରେ ଉଲ୍ଲେଖ କରିଛନ୍ତି । ନିରୀହା ଅଭିଯୋଗ କାରିଣୀ ନାବାଳିକା ନ୍ୟାୟ କେବେ ପାଇବ ସେଇ ଆଶାରେ ପରିବାର ଅନାଇ ବସିଛି ।

LEAVE A REPLY

Please enter your comment!
Please enter your name here