କ. ନୂଆଗାଁ ବନ ବିଭାଗ ପକ୍ଷରୁ ୫ ଟି ଶାଳକାଠ ଓ ୧ ଟି ଅଟୋ ଜବତ୍…!

!!! କନ୍ଧମାଳ ଜିଲ୍ଲା ରୁ କ . ନୂଆଗାଁ ପ୍ରତିନିଧି ଇସାଇଲିମା ବେହେରା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କେ. ନୂଆଗାଁ ) – ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧୀନସ୍ଥ କିରିକୁଟି ପଞ୍ଚାୟତ ୫୯ ନମ୍ବର ଜାତୀୟ ରାଜପଥ ରେ କ . ନୂଆଗାଁ ବନ ବିଭାଗ ତରଫରୁ ରାତ୍ର କାଳୀନ ପେଟ୍ରୋଲିଂ ସମୟରେ କିରିକୁଟୀ ଗ୍ରାମ କୁ ଯାଉଥିବା ସମୟରେ ଲୋକଟି ଛକ ନିକଟରୁ ଏକ ଅଟୋ (ଓଡି ୧୨ ଏ ୨୩୭୪) ରେ ପାଞ୍ଚଟି ଶାଳକାଠ ବୋଝେଇ ହୋଇଥିବା ସମୟରେ ଯବତ କରାଯାଇଛି। ଏଥି ସହିତ ୨ ଜଣ ଙ୍କୁ ଗିରଫ କରାଯାଇଥିବା ବିଷୟ କ . ନୂଆଗାଁ ବନାଞ୍ଚଳ ଅଧିକାରୀ ସଞ୍ଜୟ ସାହୁ ସୂଚନା ପ୍ରଦାନ କରିଛନ୍ତି। ଗିରଫ ୨ ବ୍ୟକ୍ତି ହେଲେ କୁମ୍ଭାରମୁଣ୍ଡା ଗ୍ରାମର ଯିରିମିୟ ପ୍ରଧାନ ଓ କିରିକୁଟି ଗ୍ରାମ ସାଇବ ରାଜ ନାୟକ । ଜବତ ହୋଇଥିବା ୫ ଟି ଶାଳକାଠ ର ମୂଲ୍ୟ ୫୦୦୦ ଟଙ୍କା ରୁ ଉର୍ଦ୍ଦ ହେବ ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଏହି ଚଢ଼ାଉ ରେ ବନପାଳ ସରୋଜ କୁମାର ମଙ୍ଗରାଜ, ନୁଆଗାଁ ବନରକ୍ଷୀ ଜଗତ ଜ୍ୟୋତି ନାୟକ, ମକବାଲି ବନରକ୍ଷୀ କୁମୁଦ ଚନ୍ଦ୍ର ବେହେରା, ପଟାଙ୍ଗୀ ବନରକ୍ଷୀ ରାଜେଶ୍ଵର ବଡ଼ ମାଝୀ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *