ଗୁଣପୁର ବିଧାୟକ ଙ୍କ ସହ ରାୟଗଡ଼ା ଜିଲ୍ଲା ଡାକ୍ତରୀ ଟିମ୍ ର ଗୁଡ଼ାରୀ ବ୍ଲକ ଗ୍ରସ୍ତ…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଡ଼ାରୀ) – ରାୟଗଡା ଜିଲ୍ଲା ଅନ୍ତର୍ଗତ ଗୁଡାରି ପରିଷଦର ୭ ନମ୍ବର ୱାର୍ଡର ହରିଜନସାହିର ସମସ୍ତ ଲୋକ ଆଜକୁ ପ୍ରାୟ ଏକ ସପ୍ତାହ ହେବ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ଖବର ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ଆର୍ତ୍ତବନ୍ଧୁ ମହାନ୍ତି, ମ୍ୟାଲେରିଆ ବିଭାଗ ଜିଲ୍ଲା ମୁଖ୍ୟ ଶ୍ରୀ ବି.ଲକ୍ଷ୍ମୀ ନାରାୟଣ ପୃଷ୍ଟି , ଭି.ଭି.ଡି.ସି.ଶ୍ରୀ ସନ୍ତୋଷ କୁମାର ପଣ୍ଡା ଗୁଡାରି ଗସ୍ତରେ ଯାଇ ହରିଜନ ସାହିର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ସହରର ନର୍ଦ୍ଧମା ନାଳ ପାଣି,ପାଇଖାନା ପାଣି, ପ୍ରବଳ ମାଇଳା ହରିଜନସାହିରେ ଜମିଯାଇ ନିଷ୍କାସନ ହୋଇପାରୁନଥିବା ଦେଖି ବାକୁ ମିଳିଥିଲା । ଏନେଇ ଗୁଡାରି ନିର୍ବାହୀ ଅଧିକାରୀ ଶ୍ରୀମତୀ ଗାୟତ୍ରୀ ଦେବୀଙ୍କୁ ଯଥାଶୀଘ୍ର ନାଳ ସଫା କରିବା ସହ ନାଳ ଉପରେ ସିମେଣ୍ଟ ପ୍ଲେଟ ଘୋଡାଇବାକୁ ସି.ଡି.ଏମ.ଓ. କହିଥିଲେ । ଗୁଡାରି ମେଡିକାଲ ରେ ଚିକିତ୍ସାଧୀନ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରି ରାୟଗଡା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି । ସମସ୍ତ ରୋଗୀଙ୍କ ଆଣ୍ଠୁ,ଗଣ୍ଠି ବ୍ୟଥା ହେବା ସହ ଭୀଷଣ ଜୋର ହେଉଥିବା ବେଳେ ଡେଙ୍ଗୁ ରୋଗର ଲକ୍ଷଣ ଦେଖାଯାଉଥିବା ଅନୁମାନ କରିଛନ୍ତି । ଏଣୁ ରାୟଗଡାରୁ ସଂଗୃହିତ ରକ୍ତର ପ୍ରକୃତ ନମୁନା ଆସିବାପରେ ନିର୍ଧାରିତ ଔଷଧ ସେବନ ପାଇଁ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *