!!! ନୂଆପଡ଼ା ରୁ ଜିଲ୍ଲା ପ୍ରତିନିଧି ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡ଼ା) – ନୂଆପଡ଼ା ଜିଲ୍ଲା ବୋଡ଼େନ ଖଡ଼ୁପାନୀ ଠାରେ 216 B CRPF ବେଟେଲିଆନ୍ ର ଆଶିଷ୍ଟାଣ୍ତ୍ କମାଣ୍ଡିଙ୍ଗ ଅଫିସର ମାନ ରାଜେଶ କେ ଙ୍କ ତତ୍ତ୍ଵାବଧାନରେ ନବ ରାତ୍ର ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ CRPF ଜବାନ ମାନଙ୍କ ଦ୍ଵାରା ସ୍ଥାନୀୟ ମନ୍ଦିର ରେ ୯ ଦିନ ଧରି ମା ଙ୍କ ପୂଜାର ଆୟୋଜନ କରାଯାଇଥିଲା। ଏହି ଅବସରରେ ଭଜନ କୀର୍ତ୍ତନ ସହ ମନୋରଞ୍ଜନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା।
ଏହି ପରି ବୋଡ଼େନ ଥାନା ନିକଟରେ 216 F ର କମ୍ପାନୀ CRPF ର କମାଣ୍ଡିଙ୍ଗ ଅଫିସର ଆର୍. ସେତୁ ଙ୍କ ନେତୃତ୍ଵରେ ନବ ରାତ୍ରି ପୂଜା ର ଆୟୋଜନ କରାଯାଇ କୁଆଁରୀ କନ୍ୟା ଙ୍କୁ ମା ଆଦି ଶକ୍ତି ରୂପରେ ସଜାଇ ପୂଜା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here