ସ୍ୱଛ ଭାରତପାଇ ଖାନା ଠିକାଦାରଙ୍କୁ ନ ଦେଇହିତାଧିକାରୀ ନିଜେ ନିଜେ ତିଆରି କରିବାରୁ(ପିଡ଼ିଏସ)ଚାଉଳ ବନ୍ଦ ।

!!!କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍!!!

ଏଥର ସମ୍ଭାଳ (ଗୋଲାମୁଣ୍ଡା) – ଭାରତ ସରକାରଙ୍କ ଆଦେଶ କ୍ରମେ ପ୍ରତି ଗାଁରେ ପ୍ରତି ପରିବାରେ ଵ୍ୟକ୍ତିଗତ ପାଇଖାନା ତିଆରି କରୁଥିବା ବେଳେ, ଗୋଳାମୁଣ୍ଡା ବ୍ଲକ ଖାଲିଆପାଲି ପଞ୍ଚାୟତର ଭଣ୍ଡାରକଛାର ଗାଁରେ ଦୁଇ ଵ୍ୟକ୍ତି ପିଣ୍ଡଜାଲ(୪୫)ଓ କୃଷ୍ଣ ସେନାପତି(୫୫) ଙ୍କ ନାମରେ ଆସିଥିବା ପାଇଖାନା ଠିକାଦାରଙ୍କୁ ନଦେଇ ନିଜେ ତିଆରି କରିବାରୁ ପଞ୍ଚାୟତର ଚାଉଳ ବିତରଣ କାରୀ କୁବେର ନାଇକ ଗତ ଜୁଲାଇ ମାସରୁ ପିଡ଼ିଏସ ଚାଉଳ ଏହି ଦୁଇ ପରିବାର ଙ୍କୁ ଅଦ୍ୟାବଧି ନଦେଇ ଥିବାରୁ ଗରିବଦୁଇ ପରିବାରଙ୍କ ଛୁଆ ପିଲା ହନ୍ତସନ୍ତ ହେଉଥିବା ଅଭିଯୋଗ ନେଇ ଗୋଳାମୁଣ୍ଡା ବିଡିଓ ସ୍ନିଗ୍ଧା ରାଣୀ ପ୍ରଧାନ ଙ୍କ ନିକଟରେ ଗତ ତା,୨୩/୯/୨୦୧୯ ଦିନ ଲିଖିତ ଭାବେ ଜଣାଇ ଥିଲେ । କିନ୍ତୁ ଏହି ଦୁଇ ପରିବାରକୁ ଏଯାବତ କୌଣସି ପ୍ରକାର ସହାୟତା ମିଳିପାରି ନାହିଁ ବୋଲି କହିଛନ୍ତି, ଏସମ୍ପର୍କରେ ଚାଉଳ ବିତରଣ କାରୀ କୁବେର ନାଇକ ଙ୍କପ୍ରତିକ୍ରିୟାରେ କହିଥିଲେ ଯେ ଏବିଡ଼ିଓ, ପଦ୍ମନାଭ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଚାଉଳ ବନ୍ଦ କରାଯାଇଛି । ତତ ସହିତ ପଞ୍ଚାୟତର ପିଇଓ ରମାକାନ୍ତ ପାତ୍ର ମଧ୍ୟ କହିଛନ୍ତି ପ୍ରକୃତରେ ପାଇଖାନା ତିଆରି କରିବା ପାଇଁ ଡରାଇ ଥିଲେ, ତାଙ୍କର ପାଇଖାନା ଶେଷ ହେଲେ ଚାଉଳଦେଇ ଦେବୁ ବୋଲି କହିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଗୋଟିଏ ଗରୀବ ପରିବାରର ପାଇବାକୁ ଥିବା ସାଧାରଣ ମୌଳିକ ହକ କୁ ବନ୍ଦ କରି ଡ଼ରାଇବା ନିମନ୍ତେ ଏଭଳି କରାଯାଇଥିବା କେତେଦୂର ଯତାର୍ଥ ? ଏଭଳି ପ୍ରଶାସକ ଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ? ଯଥାଶୀଘ୍ର ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୀର୍ଘ ମାସ ଧରି ଚାଉଳ ଯୋଗାଣ ବନ୍ଦ କରିଥିଵା ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଧାରଣରେ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *