ରେସନକାର୍ଡ ସହ ଆଧାରକାର୍ଡ ଲିଙ୍କ୍ କୁ ହିତାଧିକାରୀ ଙ୍କ ବିରୋଧ ..!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୂର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ଉଭୟ ରାଜ୍ଯ ଓ କେନ୍ଦ୍ର ସରକାର ଜନ ସାଧାରଣ ଙ୍କ ଉନ୍ନତି ପାଇଁ ଯୋଜନା ଉପରେ ଯୋଜନା ଲୋକଙ୍କୁ ହନ୍ତସନ୍ତ କରୁଛି। କେନ୍ଦ୍ର ସରକାର ରାସନକାର୍ଡ ରେ ଆଧାରକାର୍ଡ ଲିଙ୍କ୍ କୁ ବାଧ୍ୟତା ମୂଳକ କରିଥିବା ଯୋଗୁଁ ଏଥିରେ ଛନ୍ଦି ହୋଇ ପଡିଛନ୍ତି ଅନେକ ହିତାଧିକାରୀ। ଏଥି ପାଇଁ ଧର୍ମଗଡ଼ ବ୍ଲକ ର ୮୧୧୦ ହିତାଧିକାରୀ ରାସନ ପାଇବାରୁ ବଞ୍ଚିତ ହେବା ସୂଚନା ମିଳିଛି। କିଛି ହିତାଧିକାରୀ ଙ୍କ ନିକଟରେ ଆଧାରକାର୍ଡ ନାହିଁ। କେତେକ ଙ୍କ ଆଧାରକାର୍ଡ ରେ ଥିବା ତୃଟି ଯୋଗୁଁ ରାସନ କାର୍ଡ ସହିତ ଆଧାରକାର୍ଡ ଲିଙ୍କ୍ ର ଅସୁବିଧା ହେଉଥିବା ଦେଖିବାକୁ ମିଳିଛି। ଆଧାରକାର୍ଡ ର ବରମ୍ବାର ସଂଶୋଧନ କରାଯାଉଥିଲେ ମଧ୍ୟ ଏହାର ତୃଟି ଯୋଗୁଁ ହିତାଧିକାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମ୍ପୂର୍ଣ୍ଣ ତୃଟି ସୁଧାରିବା ପର୍ଯ୍ୟନ୍ତ ରେସନକାର୍ଡ ସହ ଆଧାରକାର୍ଡ ଲିଙ୍କ୍ ନକରିବାକୁ ହିତାଧିକାରୀ ଙ୍କ ମହଲରେ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *