କଂଗ୍ରେସ ନେତା ଶିବକୁମାରଙ୍କୁ ବାନ୍ଧିଲା ଇଡି !

ଏଥର ସମ୍ଭାଳ (ବାଙ୍ଗଲୋର) – କର୍ଣ୍ଣାଟକ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏକ ମନିଲଣ୍ଡରିଂ ନିରୋଧ ଆଇନ ଅଧୀନରେ ତାଙ୍କୁ ଗିରଫ କରାଯାଇଛି। ଏହି ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ତଥା ବର୍ତ୍ତମାନର କନକପୁରା ବିଧାୟକ ଆଜି ଚତୁର୍ଥ ଥର ପାଇଁ ପଚରାଉଚରା ପାଇଁ ଇଡି ନିକଟରେ ହାଜର ହୋଇଥିଲେ।

ଏହି କଂଗ୍ରେସ ନେତାଙ୍କୁ ହେପାଜତକୁ ନିଆଯାଇ ପଚରାଉଚରା କରାଯିବାର ଅଛି, ତେଣୁ ତାଙ୍କୁ ଗିରଫ କରାଯାଇଛି। ବୁଧବାର ଇଡି ତାଙ୍କୁ କୋର୍ଟରେ ହାଜର କରି ହେପାଜତରେ ନେବା ପାଇଁ ଆବେଦନ କରିବ।

ତେବେ ଶିବକୁମାରଙ୍କ ଗିରଫଦାରୀ ପରେ ବର୍ତ୍ତମାନ ଗିରଫ ହୋଇ ସିବିଆଇ ହେପାଜତରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ପୁଅ ତଥା କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ୍‌ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଇଡି କଂଗ୍ରେସ ନେତାଙ୍କୁ ହଇରାଣ କରୁଛି। ସୂଚନାଯୋଗ୍ୟ ଯେ, ଇଡି ଗତ ବର୍ଷ ସେପ୍ଟେମ୍ବରରେ ହିଁ ମାମଲା ରୁଜୁ କରିଥିଲା। ଟିକସ ଫାଙ୍କି ଏବଂ ହାୱଲା ଅଭିଯୋଗ ଆଣି ଆୟକର ବିଭାଗ ଦାଖଲ କରିଥିବା ଏକ ଚାର୍ଜଶିଟ୍‌ ଆଧାରରେ ଏହି ମାମଲା ଚାଲୁ ରହିଛି।

Leave a Reply

Your email address will not be published. Required fields are marked *