ଜାମ୍ମୁ କାଶ୍ମୀର ରେ ଉଡ଼ିଲା ତ୍ରିରଙ୍ଗା ; ହଟିଲା ସ୍ଵତନ୍ତ୍ର ପତାକା…!
ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଜାମ୍ମୁ କାଶ୍ମୀର କୁ ସ୍ଵତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦ ହଟିବା ପରେ ମଧ୍ଯ ଅନେକ ସ୍ଥାନରେ ତ୍ରିରଙ୍ଗା ସହିତ ଭିନ୍ନ ପତାକା ଉଡ଼ିବାର ଦେଖିବାକୁ ମିଳୁଥିଲା। ଅଗଷ୍ଟ ୫ ତାରିଖ ଦିନ ଏନ୍.ଡି଼.ଏ ସରକାର ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରି ୩୭୦ ଧାରାକୁ ଏଠାରୁ ଉଠାଇ ଦେଇଥିଲେ। ଏଥି ପାଇଁ ସୁରକ୍ଷା ଦୃଷ୍ଟି ରୁ ରାଜ୍ଯ ରେ ୧୪୪ ଧାରା ଜାରି କରାଯଇଥିଲା। ଅନେକ ସ୍ଥାନରେ ଏବେ ମଧ୍ଯ ଏହା ବଳବର୍ତ୍ତର ରହିଥିବା ଏବଂ ରାଜ୍ଯ ର ଅନେକ ପ୍ରମୂଖ ନେତା ଗୃହ ବନ୍ଧୀ ହୋଇରହିଥିବା ବେଳେ ଶତାଧିକ ବିଛିନ୍ନତା ବାଦୀ ନେତା ଙ୍କୁ ଜେଲ ରେ ରଖାଯାଇଥିବା ଜଣା ପଡିଛି। ଜାମ୍ମୁ କାଶ୍ମୀର ରୁ ୩୭୦ ଧାରା ସହିତ ସ୍ୱତନ୍ତ୍ର ପତାକା ପରମ୍ପରା ହଟାଇ ଦିଆଯାଇଛି। ଏହି କ୍ରମରେ ଶ୍ରୀନଗର ସ୍ଥିତ ରାଜ୍ଯ ସଚିବାଳୟ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ରୁ ଅଲଗା ପତାକା ହଟାଇ ଦିଆଯାଇ ସେଠାରେ ସ୍ଵତନ୍ତ୍ର ପତାକା ଲଗାଯାଇଥିବା ଦେଖିବାକୁ ମିଳିଛି। କଶ୍ମୀର ଉପତ୍ୟକା ଅଞ୍ଚଳରେ ଯୋଗାଯୋଗ ଉପରେ କରାଯାଇଥିବା କଟକଣା କୁ ପୋହଳ କରାଯାଇ ଲ୍ୟାଣ୍ଡ ଲାଇନ୍ ଟେଲିଫୋନ୍ ସେବାକୁ ସ୍ୱାଭାବିକ କରାଯାଇଛି। କିନ୍ତୁ ହିଂସା ବ୍ୟାପିବା ଆଶଙ୍କା ରେ ବି.ଏସ୍.ଏନ୍.ଏଲ୍ ବ୍ରୋଡ଼ ବ୍ୟାଣ୍ଡ ଏବଂ ଘରୋଇ କମ୍ପାନୀ ଙ୍କ ଲିଜ୍ଲାଇନ୍ ଇଣ୍ଟରନେଟ୍ ସେବାକୁ ସେବାକୁ ବନ୍ଦ ରଖାଯାଇଛି।

