ବିଜେପିର ରାଜ୍ୟସ୍ତରୀୟ କର୍ମଶାଳା ବାତିଲ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀଙ୍କ ମୃତ୍ୟୁ ଯୋଗୁଁ ଆସନ୍ତାକାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ହେବାକୁ ଥିବା ରାଜ୍ୟସ୍ତରୀୟ କର୍ମଶାଳାକୁ ଦଳ ବାତିଲ କରିଛି। ଦଳୀୟ ସାଙ୍ଗଠନିକ ନିର୍ବାଚନ ପାଇଁ ଏହି ରାଜ୍ୟସ୍ତରୀୟ କର୍ମଶାଳା ହେବାର କାର୍ଯ୍ୟକ୍ରମ ଥିଲା। ଏଥିରେ ଦଳର ସମସ୍ତ ବରିଷ୍ଠ ପଦାଧିକାରୀ ଓ ପ୍ରମୁଖ ନେତାମାନେ ସାମିଲ ହୋଇଥାନ୍ତେ। ରାଜ୍ୟ ବିଜେପି ମୁଖପାତ୍ର ସୁଦୀପ୍ତ ରାୟ କହିଛନ୍ତି ଯେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନିର୍ଦ୍ଦେଶରେ ଏହି କର୍ମଶାଳାକୁ ସ୍ଥଗିତ ରଖାଯାଇଛି, କର୍ମଶାଳା ତାରିଖ ପରେ ଧାର୍ଯ୍ୟ ହେବ। ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଜାତୀୟସ୍ତରର ଶିକ୍ଷାନୁଷ୍ଠାନ ଯଥା- ଆଇଜର ଓ ଆଇଆଇଏମ୍ ପ୍ରତିଷ୍ଠା ଦିଗରେ ତତକାଳୀନ କେନ୍ଦ୍ରମନ୍ତ୍ରୀ ଜେଟଲୀଙ୍କ ପ୍ରମୁଖ ଅବଦାନ ଥିଲା। ଶ୍ରୀ ଜେଟଲୀଙ୍କ ବ୍ୟକ୍ତିଗତ ପ୍ରୟାସ ଯୋଗୁଁ ବ୍ରହ୍ମପୁରରେ ଆଇଜର ଓ ସମ୍ବଲପୁରରେ ଆଇଆଇଏମ୍ ପ୍ରତିଷ୍ଠା ସମ୍ଭବପର ହୋଇପାରିଥିଲା।

Leave a Reply

Your email address will not be published. Required fields are marked *