ନକଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ ଅଭିଯୋଗ ରେ ୨ ଅଟକ…!
!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ଗୋଲାମୁଣ୍ଡା) – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସଦର ମହକୁମା ର ଏକ ଭଡ଼ା ଘରେ ରହୁଥିବା ଯୁବକ ଓ ଯୁବତୀ ଦୁଇଜଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ନକଲି କାର୍ଯ୍ୟାଦେଶ ଦେଇ ଲୋକଙ୍କ ଠାରୁ ୫ ହାଜର ଲେଖାଏଁ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ବାସିନ୍ଦା ଅଶୋକ ସାହୁ ଙ୍କ ଠାରୁ ଅଭିଯୋଗ ପାଇବା ପରେ ଥାନା ଅଧିକାରୀ ଉଭୟଙ୍କୁ ଅଟକ ରଖି ତଦନ୍ତ ଚଳାଇଛନ୍ତି। ପୋଲିସ ର ସୂଚନା ନୁଯାଇ ଅଭିଯୁକ୍ତ ଅଭିନାସ ରଣା ଓ କାନ୍ତି ମାଝୀ ଉଭୟେ ସ୍ଵାମୀ ସ୍ତ୍ରୀ ଏବଂ ଏମାନଙ୍କ ନିଜ ବାସସ୍ଥାନ ନର୍ଲା ବୋଲି ଜଣାପଡ଼ିଛି। ନକଲି କାର୍ଯ୍ୟାଦେଶ ରେ ଲଗାଯାଇଥିବା ସିଲ୍ ମୋହର ଅସଲି ହୋଇଥିବାରୁ ଏହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

