ଗୁଣପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଦୁଇ କର୍ମଚାରୀ “Best Employer Award 2019” ପାଇଁ ପୁରସ୍କୃତ…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣୁପୁର ଟାଉନ ହଲ ଠାରେ ସାସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗୀ ଙ୍କୁ ଓ ଯୁକ୍ତ ଦୁଇ କଳାରେ ଅଧିକ ନମ୍ବର ରଖି ପାସ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା । ପାଖା ପାକ୍ଷୀ ୭ ବର୍ଷ ପରେ ଏହି କାର୍ଯ୍ୟକ୍ରମ ହୋଇ ଥିବାରୁ ଗୁଣୁପୁର ବାସୀ ବୋହୂତ ପ୍ରଶଂସା କରିଛନ୍ତି ଏଇ ବର୍ଷ ପ୍ରଥମ ଥର ପାଇଁ ଗୁଣୁପୁର ଅଞ୍ଚଳ ର ସମସ୍ତ ସ୍କୁଲ କଲେଜ ପିଲାମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ପ୍ରଥମ ସ୍ଥାନ ପାଗଡ଼ବିଲି ସେବାଶ୍ରମ ବାଳିକା ମାନେ ପୁରସ୍କାର ପାଇଥିଲେ ଦୂତୀୟ ସ୍ଥାନ ଗୁଣୁପୁର ବାଳିକା ଉଚ୍ଚ ବିଦ୍ୟାଳୟ ଓ ତୃତୀୟ ସ୍ଥାନ ପୁରୁଣା ଗୁଣୁପୁର ର ସେବା ଶ୍ରମ ପିଲା କୃତି ତ ହାସଲ କରି ଥିଲେ ସେହି ପରି ଓଡିଶା ର ମାନ୍ୟଵର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ 5 T ଆଧାର ରେ ଗୁଣୁପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଦୁଇ ଜଣ କର୍ମଚାରୀ ଙ୍କୁ “Best Employer Award” ୨୦୧୯ ପବିତ୍ର ସ୍ୱାଧୀନତା ଦିବସ ଅବସର ରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଏବଂ ଗୁଣୁପୁର ଉପଜିଲ୍ଲାପାଳ ଡକ୍ତର ଶୀଧେସ୍ୱର ବଳିରାମ ବନ୍ଦର ସୂର୍ଯ୍ୟ ନାରାୟଣ ନାୟକ ଏବଂ ଅନନ୍ତ ପାତ୍ର ଙ୍କୁ ପୁରସ୍କୃତ କରିଥିଲେ ।

Leave a Reply

Your email address will not be published. Required fields are marked *