ଗୁଣପୁର ଠାରେ ସ୍ଵର୍ଗତ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ପାଳିତ…।

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ସ୍ବର୍ଗତ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧ ଦିବସ ଗୁଣପୁର ସି.ଟି ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ସ୍ଥାନୀୟ ଅଟଳ ବିହାରୀ ବାଜପେୟୀ ପ୍ରେମୀ ସୂର୍ଯ୍ୟ ନାରାୟଣ ରଥ ଙ୍କ ଅଧ୍ୟକ୍ଷତା ରେ ଏକ ସଧାରଣ ସଭାର ଆୟୋଜନ କରା ଯାଇଥିଲା ।ଅଟଳ ବିହାରୀ ବାଜପେୟୀ ମେମୋରିଆଲ ଟ୍ରଷ୍ଟ ଗୁଣପୁର ଦ୍ୱାରା କରାଯାଇଥିବା ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପୂର୍ବତନ ବିଜେପି ସଭାପତି କାଳି ରାମ ମାଝୀ, ସମ୍ପାଦକ ରଜତ ମାଦଳା,ଅଖିଳ ଭାରତିୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ସଂଯୋଜକ ବି. ସତୀଶ କୁମାର,ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ସାହୁ,ଅଖିଳ ଭାରତିୟ ବିଦ୍ୟାର୍ଥୀ ପରିଷଦ ର ବିଭାଗ ପ୍ରମୁଖ ଉମା ଶଙ୍କର ଦାଶ, ଟ୍ରଷ୍ଟ ସଦସ୍ୟା ଅମ୍ବିକା ମହାପାତ୍ର, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଭାତ କୁମାର ମହାପାତ୍ର ,ବରିଷ୍ଠ ଆଇନ ଜୀବି ଏସ ଗଣପତି ,ଯୁବ ଆଇନଜୀବି ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ, ଅଟଳ ବିହାରୀ ବାଜପେୟୀ ପ୍ରେମୀ ରବି ଆଚାରୀ, ତ୍ରିନାଥ ପଣ୍ଡା, ଲକ୍ଷ୍ମୀ ନାରାୟଣ ମହାଙ୍କୁଡ, ଶ୍ରୀନିବାସ ସ୍ଵାଇଁ ଓ ଅନ୍ୟାନ୍ୟ ମାନ୍ଯଗଣ୍ଯ ବ୍ୟକ୍ତି ଯୋଗଦେଇଥିଲେ। ଗୁଣପୁର ଅଟଳ ବିହାରୀ ବାଜପେୟୀ ମେମୋରିଆଲ ଟ୍ରଷ୍ଟ ଏକ ଅଣ ରାଜନୈତିକ ସଂଗଠନ ହୋଇଥିବାରୁ ଏହି ସଭାରେ ସ୍ଥାନୀୟ ଜନସାଧାରଣ ଓ ସମସ୍ତ ରାଜନୈତିକ ବର୍ଗର ବ୍ୟକ୍ତି ବିଶେଷ ଯୋଗଦେଇ ଅଟଳ ଜୀ ଙ୍କ ସ୍ମୃତି ଚାରଣ କରିବା ସହ ତୈଳ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଥିଲେ ।ଏହି କାର୍ଯ୍ୟକ୍ରମ କୁ କମିଟି ସଦସ୍ୟ ଚିନ୍ମୟୀ ପାଣିଗ୍ରାହୀ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *