ଧର୍ମଗଡ଼ ରେ ବ୍ଲକ ସ୍ତରୀୟ ସ୍ଵାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ…!
!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରେ ଲାଲ୍ ଦୁର୍ଗା ଙ୍କ ରିପୋର୍ଟ !!!
ଏଥର ସମ୍ଭାଳ (ଧର୍ମଗଡ଼) – ଧର୍ମଗଡ଼ ବ୍ଲକ ସ୍ତରୀୟ ସ୍ବାଧିନତା ଦିବସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବ୍ଲକ ସଦ୍ଭାବନା ସଭାଗୃହରେ ସହଯୋଗୀ ଉପଜିଲ୍ଲାପାଳ ବରିହା ଓ ରାଜେନ୍ଦ୍ର କୁମାର ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ବୈଠକରେ ସ୍ଵାଧୀନତା ଦିବସ କୁ କିପରି ଆଡ଼ମ୍ବର ସହିତ ପାଳନ କରାଯିବ ସେହି ବିଷୟରେ ଆଲୋଚନା କରାଯଇଥିଲା। ବୈଠକ ଆରମ୍ଭରେ ସୂଚନ ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ସିଂ ସ୍ଵାଗତ ଭାଷଣ ଦେବା ସହ ବିଗତ ବର୍ଷ ରେ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ। ଚଳିତ ବର୍ଷ ପ୍ୟାରେଡ୍ ରେ ସ୍ଥାନୀୟ ପୁଲିସ ବିଭାଗ ସମେତ ବିଭିନ୍ନ ବିଦ୍ୟାଳୟର ୨୨ ଗୋଟି ପ୍ୟାରେଡ୍ ଦଳ ଅଂଶ ଗ୍ରହଣ କରିବେ ବୋଲି ସୂଚନ ଦିଆଯାଇଛି।
କଳାହାଣ୍ଡି ଉତ୍ସବ ପଡିଆରେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଵାଧୀନତା ଦିବସ ପାଳନ କରିବା ସ୍ଥିର କରାଯାଇଥିବା ରୁ ଏହାକୁ ପ୍ୟାରଡ ଉପଯୋଗୀ ସେଫଇ କାର୍ଯ୍ୟ କରିବା ନିମନ୍ତେ ସ୍ଥାନୀୟ ଏନ୍.ଏ.ସି କତୃପକ୍ଷ ଙ୍କୁ ଦାୟିତ୍ଵ ଦିଆଯାଇଛି।
ସ୍ଵାଧୀନତା ଦିବସ ଅବସରରେ କରାଯାଇଥିବା ପ୍ରତିଯୋଗିତା ରେ କୃତିତ୍ଵ ହାସଲ କରିଥିବା ବିଦ୍ୟାର୍ଥୀ ଏବଂ ଅନ୍ୟାନ୍ୟ କ୍ଷେତ୍ର ରେ କୃତିହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ଅବସରରେ ସମ୍ମାନିତ କରାଯିବା ସ୍ଥିର କରାଯାଇଅଛି। ଅନୁଷ୍ଠିତ ବୈଠକରେ ସ୍ଥାନୀୟ ବି.ଡି.ଓ ଅଶୋକ କୁମାର ଭୋଇ, ଧର୍ମଗଡ଼ ଆଇ.ଆଇ.ସି ଦସୁ ପରଜା, ଇଲେକ୍ଟିକ ଏସ୍.ଡ଼ି. ଓ ଭଗବାନ ସାହୁ ଙ୍କ ସମେତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ପ୍ରତିନିଧି , ସ୍ଵେଚ୍ଛାସେବୀ ସଂଗଠକ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

