ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ସରପଞ୍ଚ ; ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ…!
!!! କଳାହାଣ୍ଡି ଜିଲ୍ଲା ରୁ ଧର୍ମଗଡ଼ ବ୍ଲକ ପ୍ରତିନିଧି ପ୍ୟାରୀଲାଲ୍ ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (କାର୍ଲାମୁଣ୍ଡା) – ଭିଜିଲାନ୍ସ ଜାଲରେ କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ୍ ରିଞ୍ଜା ପଞ୍ଚାୟତ ସରପଞ୍ଚ ଭୋଜବନ୍ତୀ ସାହୁ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି । ବିଭାଗ ପକ୍ଷରୁ ଭୋଜବନ୍ତୀ ସାହୁ ଙ୍କ ଟାକୁରମାଳ ସ୍ଥିତ ବାସଭବନ, କୁଶୁୁରୁଲା ସ୍ଥିତ ପୈତୃକ ଘର ସହ ୪ଟି ସ୍ଥାନରେ ଏକ କାଳୀନ ଚଢାଉ କରାଯାଇଛି । ଚଢାଉ ବେଳେ ଗୋଟିଏ କାର, ୨ଟି ବାଇକ୍, ତିନିଟି ଟ୍ରାକ୍ଟର ଜବତ କରାଯାଇଛି । କୋରାପୁଟ ଡିଭିଜନ ଡି.ଏସ୍.ପି ଙ୍କ ନିର୍ଦ୍ଦେଶରେ ଚଢାଉ କରାଯାଇଛି ବୋଲି କଳାହାଣ୍ଡି ଭିଜିଲାନ୍ସ ଡି.ଏସ୍.ପି ସୂଚନା ଦେଇଛନ୍ତି।

