!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡି଼. କିରଣ କୁମାର ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ଠାରେ ଆଜି ଲୋକ ଚେତନା ସଙ୍ଗଠନ ଓ ରାୟଗଡ ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ , ମାନ୍ୟବର ଆଦିବାସୀ ଓ ହରିଜନ କଲ୍ୟାଣ ମନ୍ତ୍ରୀ , ରାୟଗଡ ଜିଲ୍ଲାପାଳ , ଉପ ଜିଲ୍ଲାପାଳ ଗୁଣପୁର ଏବଂ ତହସିଲଦାର ଗୁଣପୁର ଙ୍କ ଉଦ୍ଧେଶ୍ୟ ରେ ଏକ ଦାବି ପତ୍ର ଗୁଣପୁର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ସହକାରୀ ଜିଲ୍ଲାପାଳ ଶ୍ରୀମତୀ ପୁଷ୍ପାଞ୍ଜଳି ଚୋୖଧରୀ ଙ୍କୁ ପ୍ରଦାନ କରିଥିଲେ ।
ଉକ୍ତ ଦାବି ପତ୍ର ରେ ମାନ୍ୟବର ସୁପ୍ରିମ କୋର୍ଟ ଦେଇଥିବା ଜଙ୍ଗଲ ଜମି ର ଉଚ୍ଛେଦ ଆଦେଶ କୁ ବର୍ଜନ ଓ ଆଦିବାସୀ ଓ ପାରମ୍ପରିକ ବନବାସୀ ଙ୍କୁ ସୁରକ୍ଷା ଓ ଜଙ୍ଗଲ ଜମି ଅଧିକାର ପାଇଁ ରାଜ୍ୟ ସରକାର ଓ ସୁପ୍ରିମ କୋର୍ଟ ଉଚିତ ପଦକ୍ଷେପ ଗ୍ରହଣ କରିବା , ବର୍ତ୍ତମାନ ତରବରିଆ ଭାବରେ ବେଆଇନ ଦଖଲ କୁ କାର୍ଯ୍ୟକାରୀ ନକରି ସୁଚନା ପ୍ରଦାନ ଓ ଆପତ୍ତି ଅଭିଯୋଗ ଜରିଆରେ ଲୋକଙ୍କୁ ଉଚ୍ଚିତ ନ୍ୟାୟ ପ୍ରଦାନ କରିବା ଏବଂ ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧିତ ନିୟମାବଳୀ ୨୦୧୨ କୁ ସଠିକ ଭାବରେ କାର୍ଯ୍ୟକାରୀ କରି ଆଦିବାସୀ ଓ ପାରମ୍ପରିକ ବନବାସୀ ଙ୍କୁ ଜଙ୍ଗଲ ଅଧିକାର ଆଇନ ପ୍ରଦାନ କରାଯିବା ଭଳି ଦାବି ସମୂହ ରହିଛି ।
ଆଗାମୀ ଦିନ ରେ ଏହି ସମସ୍ୟା ର ସମାଧାନ ନ ହେଲେ ଆଦିବାସୀ ଓ ପାରମ୍ପରିକ ବନବାସୀ ମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମ କୁ ରାୟଗଡ ଜିଲ୍ଲା ବିକାଶ ପରିଷଦ ର ମୁଖ୍ୟ ଆବାହକ ଶ୍ରୀ ପ୍ରଦୀପ କୁମାର ଦାଶ , ଲୋକ ଚେତନା ସଙ୍ଗଠନ ର ସଭାପତି ଶ୍ରୀ ଜାମେଶ ଶବର , ଜଗନ୍ନାଥପୁର ସରପଞ୍ଚ ଶ୍ରୀମତୀ ଗୌରୀ ଗମାଙ୍ଗ , ଅନୁଷ୍ଠାନ ର କର୍ମକର୍ତ୍ତା ସିପନ୍ ଶବର , ଆଲୋଲିୟ ଶବର , ମଂଜୁଳା ଶବର , ବିମଳା ମଣ୍ଡଳ ପ୍ରମୁଖ ପରିଚାଳନା କରିଥିଲେ ।