ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ରାଜ୍ୟ ର କୋଣ ଅନୁକୋଣରେ କାର୍ଯ୍ୟରତ ପତ୍ରକାର ଓ ବୈଦ୍ୟୁତିକ ସାମ୍ବାଦିକ ମାନଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ଓ ଅସମ୍ମାନ କୁ ବିରୋଧ କରି ଗୁଣପୁର ଉପଖଣ୍ଡ ର କାର୍ଯ୍ୟରତ ସାମ୍ବାଦିକ ମାନେ ଆଜି ଉପ ଜିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ , ମାନ୍ୟବର ରାଜ୍ୟପାଳ , ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ସାମ୍ବାଦିକ ମାନଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ଏକ ନିନ୍ଦନିୟ ଘଟଣା ବୋଲି କାର୍ଯ୍ୟରତ ସାମ୍ବାଦିକ ମାନେ ମତ ପ୍ରକାଶ କରିଛନ୍ତି ।

ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକ ଙ୍କ ପ୍ରତି ହେଉଥିବା ଏତାଦୃଶ୍ୟ ବ୍ୟବହାର କୁ ସାଧାରଣ ରେ ନିନ୍ଦା ପ୍ରକଟ କରାଯାଇଛି । ଆଗାମୀ ଦିନ ରେ ଏଭଳି ଘଟଣା ଭିଆଉଥିବା କର୍ମଚାରୀ ଓ ବ୍ୟକ୍ତି ବିଶେଷ ଙ୍କ ପ୍ରତି ରାଜ୍ୟ ସରକାର ଦୃଢ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି କୁହାଯାଇଛି ।

ଗୁଣପୁର ଉପଖଣ୍ଡ ର କାର୍ଯ୍ୟରତ ସାମ୍ବାଦିକ ଙ୍କ ପକ୍ଷରୁ ଦିଆଯାଇଥିବା ସ୍ମାରକ ପତ୍ର ରେ ୫ ଦଫା ସମ୍ବଳିତ ଦାବି ଉପସ୍ଥାପନନା କରିଛନ୍ତି ।

ଏଥିରେ ସାମ୍ବାଦିକ ଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା କର୍ମଚାରୀ ଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ , କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଙ୍କୁ ବୀମା ଅନ୍ତରଭୁକ୍ତ କରାଯିବା , ସମସ୍ତ ସାମ୍ବାଦିକ ମାନଙ୍କୁ ବିନା ମୂଲ୍ୟ ରେ ମେଡ଼ିକାଲ ସୁବିଧା ଦିଆଯିବା , ବ୍ଲକ ସ୍ଥର ରୁ ରାଜ୍ୟ ସ୍ଥର ପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଙ୍କୁ ପୋଲିସ ସୁରକ୍ଷା ବଳୟ ଯୋଗାଇବା ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧିକାରୀ ଏବଂ ସ୍ଥାନୀୟ ଥାନା ଅଧିକାରୀ ଙ୍କୁ କଡ଼ା ନିର୍ଦ୍ଧେଶ ଦିଆଯିବା , କାର୍ଯ୍ୟରତ ସାମ୍ବାଦିକ ଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ଭଳି ଦାବି ଗୁଡ଼ିକ ରହିଛି ।

LEAVE A REPLY

Please enter your comment!
Please enter your name here