ଜାଣନ୍ତୁ ବିବାହ ପୂର୍ବରୁ ଅନିଲ କାହାଠୁଁ ଅର୍ଥ ସାହାଯ୍ୟ ନେଉଥିଲେ !

ବଲିଉଡର ମିଷ୍ଟର ଇଣ୍ଡିଆ ଭାବେ ଜଣାଯାଉଥିବା ଅନିଲ କପୁରଙ୍କ ଲୋକପ୍ରିୟତା ଆଜି ମଧ୍ୟ କିଛି କମ୍ ନାହିଁ। ବ୍ୟକ୍ତିଗତ ଜୀବନଶୈଳୀକୁ ଗଣମାଧ୍ୟମଠାରୁ ଯଥେଷ୍ଟ ଦୂରେଇ ରଖିବାକୁ ଚେଷ୍ଟା କରନ୍ତି ଅନିଲ। ଏହା ବାଦ୍ ଅନେକ ସାକ୍ଷାତକାରରେ ସେ ନିଜ ପାରିବାରିକ କଥା ପ୍ରକାଶ କରିଛନ୍ତି। ଅନିଲଙ୍କ ପତ୍ନୀ ସୁନିତା କପୁର ମଧ୍ୟ କାଁଭାଁ ପାର୍ଟିରେ ଉପସ୍ଥିତ ରୁହନ୍ତି। ନିଜ ବ୍ୟବସାୟରେ ମସଗୁଲ୍ ଥିବା ସୁନିତା​‌ ୩ ପିଲାଙ୍କ ଦାୟିତ୍ବ ମଧ୍ୟ ଯଥା ଭାବେ ନେଇଛନ୍ତି।

ଖୁବ୍ କମ୍ ଲୋକେ ଜାଣନ୍ତି ଯେ ଏହି ଦମ୍ପତିଙ୍କର ପ୍ରେମ ବିବାହ ହୋଇଥିଲା। ବିବାହ ପୂର୍ବରୁ ସୁନୀତା ଜଣେ ନାମକରା ମଡେଲର ଥିଲାବେଳେ ଅନିଲ ସେସମୟରେ କଳାକାର ଭାବରେ ପ୍ରତିଷ୍ଠିତ ହେବାକୁ ସଂଗ୍ରାମ କରୁଥିଲେ। ଏକ ଉତ୍ସବରେ ଦୁହିଁଙ୍କର ଭେଟ ହୋଇଥିଲା। ପରେ ଏହା ବନ୍ଧୁତାର ରୂପ ନେଇଥିଲା। ଏହିଭଳି ଭାବେ ସେମାନଙ୍କ ପ୍ରେମକାହାଣୀର ଆରମ୍ଭ। ସେ ସମୟରେ ଦୁହେଁ ବରାବର ରେସ୍ତୋରାଁ, ପାର୍କରେ ଭେଟୁଥିଲେ। ସୁନିତା​‌ ନିଜ କାରରେ ଆସୁଥିବାବେଳେ ଅନିଲ ବସ୍ କିମ୍ବା ଟ୍ୟାକ୍ସି କରି ଆସୁଥିଲେ। ଅନେକ ସମୟରେ ଅନିଲଙ୍କ ନିକଟରେ ଟଙ୍କାପଇସା ନଥାଏ। ତେବେ ସେତେବେଳେ ସୁନିତା ହିଁ ତାଙ୍କୁ ସାହାଯ୍ୟ କରୁଥିଲେ। ନିଜେ ଅନିଲ ଏକଥା ସାକ୍ଷାତକାରରେ ପ୍ରକାଶ କରିଛନ୍ତି।
ବିବାହ ପରେ ଓ ୩ ପିଲା(ସୋନମ୍, ରିୟା ଓ ହର୍ଷ)ଙ୍କ ଜନ୍ମ ପ​‌ରେ ସୁନୀତା ଆଉ ମଡେଲିଂ କ୍ଷେତ୍ରରେ ପାଦ ଥାପିନଥିଲେ। ବରଂ ନିଜ ବ୍ୟବସାୟ ଆରମ୍ଭ କରିବାକୁ ଉଚିତ୍ ମଣିଥିଲେ। ୬୧ ବର୍ଷୀୟ ଅନିଲ ସିନେଜଗତରେ ୪୧ ବର୍ଷ ଅତିବାହିତ କରିସାରିଲେଣି। ଏଯାବତ୍ କୌଣସି ଅଭିନେତ୍ରୀଙ୍କ ସହ ତାଙ୍କର ନାମ ଯୋଡ଼ା ହୋଇନାହିଁ। ଆଗାମୀ ଚଳଚ୍ଚିତ୍ର ରେସ୍-୩ ନିମନ୍ତେ ଖୁବ୍ ଶୀଘ୍ର ଅନିଲ ଥାଇଲାଣ୍ଡ ଯିବେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *