ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼) – ରାୟଗଡ଼ା ସହରରେ ଚୋରୀ, ଡକାୟତି, ହତ୍ୟା ଘଟଣା ଦିନକୁ ଦିନ ବଡୁଥିବା ଯୋଗୁଁ ଆଜିଠାରୁ ରାୟଗଡା ପୋଲିସ ପକ୍ଷରୁ ପେଟ୍ରୋଲିଂ କୁ ଜୋରଦାର କରିବା ପାଇଁ ୩ଟି ପେଟ୍ରୋଲିଂ ବାଇକର ଉନ୍ମଚନ କରିଛନ୍ତି ଏସ୍. ପି ଏମ୍. ଶ୍ରବଣ ବିବେକ । ସେହିପରି ହେଲ୍ପ ଲାଇନ ନମ୍ବର ୯୩୪୮୨୪୬୪୬୦ ନମ୍ବର ଜାରୀ କରିଛନ୍ତି। ଏହି ନମ୍ବର ରେ ଯୋଗାଯୋଗ କଲେ ପୋଲିସ ଠାରୁ ସମସ୍ତ ପ୍ରକାର ସାହାଯ୍ୟ ସଙ୍ଗେ ସଙ୍ଗେ ଯୋଗାଇ ଦିଆଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କହିଛନ୍ତି । ପୋଲିସ ର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ଭୂୟସୀ ପ୍ରସଂଶା କରାଯାଇଛି । ଏହି ବାଇକ ମାଧ୍ୟମରେ ସହର ରେ ପୁଲିସ ୨୪ ଘଣ୍ଟା ପେଟ୍ରୋଲିଂ କରି ସହରକୁ ଅପରାଧ,ଚୋରୀ,ଡକାୟତି, ହତ୍ୟା ମୁକ୍ତ କରିବା ର ପ୍ରୟାସ ଜାରି ରଖିବେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।