!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!
ଏଥର ସମ୍ଭାଳ (ଗଜପତି/ପାରଳାଖେମୁଣ୍ଡି) – ସ୍ଥାନୀୟ ପାରଳାଖେମୁଣ୍ଡି କୋର୍ଟ ପରିସରରେ ଏକ ସ୍ୱତନ୍ତ୍ର ଶିଶୁ ନ୍ୟାୟଳୟ ଉଦ୍ଘାଟିତ ହୋଇଯାଇଛି । ଏହି ଶିଶୁ ମିତ୍ର ନ୍ୟାୟଳୟକୁ ଗଜପତି ଜିଲ୍ଲା ଦ୍ୱାରା ଜର୍ଜ ବିଶ୍ୱଜିତ ଦାସଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଯୋଗଦେଇ ଏହି ଶିଶୁମିତ୍ର ଅଦାଲତର ଆବଶ୍ୟକତା ଉପରେ କହିଥିଲେ । ଶିଶୁମିତ୍ର ଅଦାଲତର ମୁଖ୍ୟ ଉଦ୍ଦେଶ୍ୟ ଏହିକିଯେ ନିର୍ଦ୍ଦିଷ୍ଠ ଭାବେ ଯୌନ ନିର୍ଯ୍ୟାତନାର ଶିକାର ହୋଇଥିବା ଶିଶୁ ମାନଙ୍କର ମାମଲା ଗୁଡିକ ବିଚାର ହେବା ସମୟରେ ତାକୁ ଲିପିବ୍ଦ୍ଧ କରିବା , ନିର୍ଯ୍ୟାତିତ ଶିଶୁ ଓ ଶିଶୁମିତ୍ର ଅଦାଲତ କୋଠରୀରେ ବସି ତାଙ୍କର ମାମଲା ବିଷୟରେ ପ୍ରତ୍ୟେକ ବିଷୟ ବସ୍ତୁ ଉପରେ ଭିଡିଓ କନ୍ଫରେନସ ଦ୍ୱାରା ଶୁଣି ଓ ଦେଖିପାରିବେ । ଅନ୍ୟ ପକ୍ଷରେ ବିଚାରପତିଙ୍କ କଠୋରୀକୁ ନଯାଇ ଶିଶୁମିତ୍ର ଅଦାଲତରେ ବସି ବୟାନ ଦିଆଯାଇପାରିବ ।
ଶିଶୁମାନଙ୍କ ପାଇଁ ଏହି ନ୍ୟାୟଳୟ ଗଠନ ହୋଇଥିବାରୁ ଏହାକୁ ଶୀତତାପ ନିୟନ୍ତ୍ରକ ଏବଂ ବିଭିନ୍ନ ମନୋରଞ୍ଜନ ପାଇଁ ଖେଳନା, ଦୁରଦର୍ଶନ ସୁବିଧା ବିଭିନ୍ନ ଗଳ୍ପ ପୁସ୍ତକ ଇତ୍ୟାଦି ବ୍ୟବସ୍ଥା କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ସରକାରୀ ଜିଲ୍ଲା ଜର୍ଜ ଅରୁଣ ସାହୁ , ପ୍ରିନିସପାଲ ମାଝିଷ୍ଟ୍ରେଟ କିଶୋର ନ୍ୟାୟଳୟ ପରିଷଦ ଶୁଭଶ୍ରୀ ପ୍ରଧାନ, ସବ୍ଜର୍ଜ ବ୍ୟାମକେଶ ନାୟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ବୁନୁରାଣୀ ପଟ୍ଟନାୟକ, ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ଜେନା,ଶିଶୁ ସୁରକ୍ଷା ଅଧିକାରୀ ଅରୁଣ ତ୍ରିପାଠୀଙ୍କ ସମେତ ଶିଶୁ ସୁରକ୍ଷା ସମିତିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।