ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କଲେ ଗଙ୍ଗାଧର ନନ୍ଦ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା) – କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୋଲିସ ଉଚ୍ଚ ବିଦ୍ୟାଳୟର ହିନ୍ଦି ଶିକ୍ଷକ ଭାବେ ଶ୍ରୀଯୁକ୍ତ ଗଙ୍ଗାଧର ନନ୍ଦ ବେଶ ପରିଚିତ । ପ୍ରତିବର୍ଷ କ୍ଲାସରେ ଥିବା ପିଲାମାନଙ୍କ ଶିକ୍ଷାର ସ୍ତରକୁ ହୃଦୟଙ୍ଗମ କରି ସ୍ଵତନ୍ତ୍ର ଭାବେ ଶିକ୍ଷା ଦାନ କରିଥାନ୍ତି । ଦଳଗତ ଭାବେ ପିଲାମାନଙ୍କ ମନରେ ଥିବା ଦ୍ଵନ୍ଦକୁ ସେ ଦୂର କରାଇଥାନ୍ତି । ଶ୍ରେଣୀରେ ପାଠ ପଢ଼ାଇବା ସମୟରେ ତାଙ୍କର ଅଭିନବ ଶିକ୍ଷାଦାନ ଶୈଳୀ ପିଲାଙ୍କ ହିନ୍ଦି ବିଷୟ ପ୍ରତି ଥିବା ଭୟକୁ ଦୂର କରାଇଥାଏ । ଶ୍ରୀ ନନ୍ଦଙ୍କ ନୀତିବାଣୀ ହେଉଛି , ଜଣେ ବ୍ୟକ୍ତି ରୋଜଗାରକ୍ଷମ ହେବା ଅପେକ୍ଷା ପ୍ରଥମେ ସୁନାଗରିକ ହେବା ଆବଶ୍ୟକ । ଏହି ଅନୁଚିନ୍ତାରେ ଶ୍ରୀନନ୍ଦ ଛାତ୍ରଛାତ୍ରୀଙ୍କୁ ଚରିତ୍ରବାନ କରାଇଥାନ୍ତି । ମୋବାଇଲ ଠାରୁ ଦୂରରେ ରହି ପୁସ୍ତକକୁ ପିଲାମାନେ କିପରି ବନ୍ଧୁ କରିବେ, ସେଥିପାଇଁ ସେ ଅତ୍ୟନ୍ତ ଯତ୍ନବାନ । ପିଲାଙ୍କ ପାରିପାର୍ଶିକ ସମସ୍ୟାକୁ ବୁଝି ସେ ସମସ୍ୟାର ସମାଧାନ ପାଇଁ ସଦା ସର୍ବଦା ଚେଷ୍ଟିତ । ମାତା ପିତା ସଜି ଦେଶର ଉତ୍ତର ପିଢ଼ିଙ୍କୁ ସେ ପ୍ରସ୍ତୁତ କରାଇଥାନ୍ତି । ତାଙ୍କର ଏହି ଅବଦାନ, ଅଭିନବ ପ୍ରୟାସ ପାଇଁ ଗତ ରାଜ୍ୟ ସ୍ତରୀୟ ଗୁରୁଦିବସ ଉତ୍ସବ କମ୍ଭେଂସନ୍ ସେଣ୍ଟର ଲୋକସଭା ଭବନ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କରି ଶ୍ରୀଯୁକ୍ତ ଗଙ୍ଗାଧର ନନ୍ଦ ଆଜି କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଏବଂ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *