ସାର ବିକ୍ରିରେ ଆସିଛି ସାମାନ୍ୟ ସୁଧାର…!

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼) – ସାର ର ଅଭାବି ବିକ୍ରି ରେ ସାମାନ୍ୟ ସୁଧାର ଆସିଛି। ଯେଉଁ ସାର ପାଇଁ ଚାଷୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ସହ ବାଧ୍ୟ ହୋଇ ଚଢ଼ା ଦରରେ କିଣୁଚୁ ବୋଲି ଚାଷୀମାନେ ଅଭିଯୋଗ କରିଥିଲେ। ବର୍ତ୍ତମାନ୍ ୧ହଜାର ଟନ୍ ମେଟ୍ରିକ୍ସ୍ ୟୁରିଆ ରାୟଗଡ଼ ଜିଲ୍ଲାରେ ପହଁଚିଛି। ଯାହାଦ୍ବାରା ଚାଷୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏହି କ୍ରମରେ ପଣ୍ଡା ଫର୍ଟିଲାଇଜୋର ନାମକ ସାର ବିକ୍ରୟ କେନ୍ଦ୍ର ରେ ଚାଷୀଙ୍କ ଚିନ୍ତା ଦୁର ହୋଇଛି ବୋଲି କିଛି ଚାଷି ସରକାର ଏବଂ ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ୍ ଜଣାଇଛନ୍ତି। ଏହି ବିକ୍ରୟ କେନ୍ଦ୍ରରେ ଆଧାର କାର୍ଡ ଦେଖି ସାର ବସ୍ତା ପିଛା ମାତ୍ର ୨୭୦ଟଙ୍କା ନେଉଥିବା ଚାଷି ଖୁଶି ମନରେ କହିଛନ୍ତି।

ଘଣ୍ଟା ଘଣ୍ଟା ଧରି ଚାଷି ମାନେ ଖରାରେ ଠିଆ ହୋଇ ରହୁଥିବା ହେତୁ ପାନୀୟ ଜଳର ବ୍ୟବସ୍ଥା ଏବଂ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଛି। ଆନ୍ଧ୍ର ରୁ କିଛି ଚାଷି ଆସି କପା ଚାଷ ନିମନ୍ତେ ଚଢା ଦରରେ ସାର କିଣି ନେଉଥିବା ହେତୁ ରାୟଗଡ଼ ଜିଲ୍ଲାରେ ସାର ଅଭାବି ବିକ୍ରି ଦେଖା ଦେଇଛି ବୋଲି କିଛି ଚାଷୀ ମାନେ କହିଛନ୍ତି। ଆଗାମି ଦିନରେ ସାର ସଙ୍କଟ ସମ୍ପୂର୍ଣ୍ଣ ଭାବେ ଦୁର ହୋଇଯିବ ବୋଲି ବିକ୍ରୟ କେନ୍ଦ୍ର ମାଲିକ କହିଛନ୍ତି।

Leave a Reply

Your email address will not be published. Required fields are marked *