ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଭବାନୀପାଟଣା)- ଭବାନୀପାଟଣା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ ଙ୍କ ଅଧ୍ୟକ୍ଷତାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ସମ୍ମାନିତ ଅତିଥି ଭାବରେ ଭାରତୀୟ ପ୍ରଶାସନିକ ସେବା ଶିକ୍ଷାନବୀଶ ଅନିମେଷ ପ୍ରଧାନ, ବିଡ଼ିଓ ଚନ୍ଦନ କୁମାର ଭୋଇ, ଉପାଧ୍ୟକ୍ଷା ଲଷ୍ମୀ ସାହୁ, ଜିଲ୍ଲା ଭିନ୍ନକ୍ଷମ ସମିତି କଳାହାଣ୍ଡି ତଥା ଓଡ଼ିଶା ବିକଳାଙ୍ଗ ମଞ୍ଚ ସମ୍ପାଦକ ଡୋଳାମଣି ପ୍ରଧାନ, ଉପଦେଷ୍ଟା ହରିଶ ଚନ୍ଦ୍ର ନାଏକ, ସାଇଟସେବର ସଂଯୋଜକ ପ୍ରିୟବ୍ରତ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ସମସ୍ତ ଜିଲ୍ଲା ପରିଷଦ,ସଭ୍ୟସଭ୍ୟା, ସରପଞ୍ଚ ପଞ୍ଚାୟତ ସମିତି ସଭ୍ୟସଭ୍ୟାତଥା ବ୍ଲକ ର ସମସ୍ତ ଗ୍ରାମରୁ ଭିନ୍ନକ୍ଷମ ତଥା ସେମାନଙ୍କ ସହଯୋଗୀ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ୪୫୦ ଜଣ ଭିନ୍ନକ୍ଷମ ପଞ୍ଜିକରଣ କରିଥିଲେ l ଜିଲ୍ଲାର ବିଶେଷଜ୍ଞ ଡାକ୍ତର ଦିବ୍ୟାଙ୍ଗ ମାନଙ୍କୁ ପରୀକ୍ଷା କରି ପରାମର୍ଶ ଦେଇଥଲେ l ବସ୍ ପାସ, ଟ୍ରେନ ପାସ,ହୁଇଲ ଚେୟାର, ଟ୍ରାଇ ସାଇକେଲ ଆଦି ଉପଯୁକ୍ତ ଦିବ୍ୟାଙ୍ଗ ମାନଙ୍କୁ ଚିନ୍ହଟ କରି ପ୍ରଦାନ କରାଯାଇଥିଲା l ଭିନ୍ନକ୍ଷମ ଭତ୍ତା,ଵାଣିଶ୍ରୀ ଛାତ୍ରବୃତ୍ତି, ଡି ଆର ଆଇ ଲୋନ,ତଥା ଭିନ୍ନକ୍ଷମ ମାନେ ପାଇବାକୁ ଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ବନ୍ଧରେ ସମସ୍ତଙ୍କୁ ସଚେତନ କରାଯାଇଥିଲା l ଏହି ଶିବିରକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସିଦ୍ଧେଶ୍ୱର ଦେବ ପରିଚାଳନା କରିଥବା ବେଳେ ବ୍ଲକ ର ସମସ୍ତ କର୍ମଚାରୀ ତଥା ଭିନ୍ନକ୍ଷମ ସମିତି ର ସଭ୍ୟସଭ୍ୟା ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *