ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ପ୍ରତିଷ୍ଠା ଦିବସ ପାଳନ….!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମୋନଜ କୁମାର ସିଂ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ଭବାନୀପାଟଣା)- ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୪୫ ତମ ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ଏକାଡେମୀ ର ପ୍ରତିଷ୍ଠା ଦିବସ ମହାବୀର ରଙ୍ଗ ମଞ୍ଚ ରେ ଅନୁଷ୍ଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶାନ୍ତନୁ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ମୁଖ୍ୟ ଅତିଥି, ଏହି ଅନୁଷ୍ଠାନ ର ପୂର୍ବତନ ସଭାପତି ଜୟନ୍ତ ବେହେରା ଅବସର ପ୍ରାପ୍ତ ଅଧ୍ୟାପକ ଅଜୟ ମିଶ୍ର ସମ୍ମାନୀତ ଅତିଥି, ଅଧ୍ୟାପକ ପରମେଶ୍ଵର ମୁଣ୍ଡ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଘୁମୁରା ସମ୍ପର୍କରେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ରେ ଏକ ପାଠ୍ୟକ୍ରମ କରିବା ପାଇଁ ପ୍ରସ୍ତାବ ପାରିତ କରାଯାଉ। ସହ ସମ୍ପାଦକ ସଂଜୀବ ସିଂହ ମଞ୍ଚ ପରିଚାଳନା କରିଥିଲେ। ସମ୍ପାଦକ ସତ୍ୟ ସିଂ, ଉପ ସଭାପତି ସଞ୍ଜୟ କୁମାର, ଶୁରୁ ବାରିକ ନାଟ୍ୟ ସମ୍ପାଦକ ସୁଶାନ୍ତ ସିଂ ପ୍ରମୂଖ ଅତିଥି ଭାବେ ଯୋଗଦେଇ ଘୁମୁରା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗିରିଜା ଶଙ୍କର ବାବୁ, କପିଳ ସିନ୍ଦୁର, ଯୁବ କଳାକାର ଦୀପଚନ ପୋଢ, ନିହାର ରଞ୍ଜନ ଦାଶ ପ୍ରମୂଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *