ଡମ୍ବସରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ରାୟଗଡା ଜିଲ୍ଲା ସ୍ଵାସ୍ଥ୍ଯ ସମିତି ପକ୍ଷରୁ ଜାତୀୟ କନ୍ୟା ଦିବସ ପାଳିତ

!!! ରାୟଗଡା ଜିଲ୍ଲା ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ଗୁଣପୁର) – ଡମ୍ବସରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ରାୟଗଡା ଜିଲ୍ଲା ସ୍ଵାସ୍ଥ୍ଯ ସମିତି ପକ୍ଷରୁ ଜାତୀୟ କନ୍ୟା ଦିବସ ପାଳିତ କରାଯାଇଅଛି। ଏଠାରେ ମୁଖ୍ୟ ଅତିଥି ଭାବେ ଡାଃ. ମମତା ସାହୁ, ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ(ପରିବାର କଲ୍ଯାଣ) ଯୋଗଦାନ କରିଥିଲେ। ଏଥି ସହିତ ଜଗନ୍ନାଥପୁର୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାଃ. କାଳି ପ୍ରସାଦ ପଣ୍ଡା, ରାୟଗଡା ସ୍ଵାସ୍ଥ୍ଯ ବିଭାଗର ଆଇନ ପରାମର୍ଶଦାତା ଶ୍ରୀ ଅମ୍ବିକା ପ୍ରସାଦ ପତି, ଡମ୍ବସରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡାଃ. କେ ନାଭ୍ଯା, ଗୋଷ୍ଠୀ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ବନ ବିହାରୀ ନାୟକ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ମାନ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ବିଦ୍ୟାଳୟ ର ଛାତ୍ରୀ ମାନଙ୍କୁ ନେଇ କନ୍ୟା ସନ୍ତାନ ର ପ୍ରାଧାନ୍ୟ, ଭୃଣହତ୍ୟା ନ କରିବା, କମ୍ ବୟସରେ ବିବାହ ନକରିବା ନେଇ ସଚେତନତା କରାଯାଇଥିଲା। “କନ୍ୟା ସନ୍ତାନ ଏକ ଅମୂଲ୍ୟ ଦାନ, ଖୁସିରେ ଗ୍ରହଣ କରି କର ସମ୍ମାନ” ଏହି ନାରା ରେ ସମସ୍ତଙ୍କୁ ସଚେତନ କରାଯାଇଥିଲା। ଏଥିରେ ଛାତ୍ରୀ ମାନଙ୍କୁ ବକ୍ତୃତା, ରଙ୍ଗୋଲି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କରିବା ପାଇଁ ବାର୍ତ୍ତା ଦିଆଯାଇଥିଲା। ଶେଷରେ ଅୟୋଜିତ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *