!!! ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ପ୍ରତିନିଧି ବାସନ୍ତୀ କୁମାରୀ ପାଟ୍ଟଯୋଶୀ ଙ୍କ ରିପୋର୍ଟ୍  !!!

ଏଥର ସମ୍ଭାଳ (ଗୁଣୁପୁର) – ରାୟଗଡା ଜିଲ୍ଲା ଗୁଣପୁର ସାନ ନଦୀ ଠାରେ ୧୯୮୯ ଦଶମ ଶ୍ରେଣୀ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ଯ ଦଶମ ଶ୍ରେଣୀର ଛାତ୍ର ଏକାଠି ହୋଇ ପିଲା ଦିନର ସ୍ମୁତି ସାଉଁଟି ଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ରାଜେଶ ପାତ୍ର, ବୁଲା ପ୍ରଧାନ, ରଞ୍ଜିତ ପାଢୀ, ଟୁନା ପାଢି, ପ୍ରଦୀପ ପାଢି, ଲୁନା ପାତ୍ର, ଲାଡି ତିରୁମୁଲା, ବାରିକ ଶବର ଙ୍କ ସମେତ ଅନ୍ୟ ୫୦ ରୁ ଉର୍ଦ୍ଧ ଛାତ୍ର ଉପସ୍ଥିତ ରହିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପୂର୍ବରୁ ସ୍ଵର୍ଗତ ବୃଷ କେତୁ ଲିମା ଙ୍କ ଉଦ୍ଦେଶ୍ୟ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here